ସ୍ଵାଧିନତା ଦିବସ ୨୦୨୫: ସ୍ବାଧୀନତାର ସେହି ମହାନ୍ ଇତିହାସ

ନୂଆଦିଲ୍ଲୀ: ସ୍ବାଧୀନତାର ୭୯ତମ ବର୍ଷ ପାଳନ କରୁଛି ଭାରତ ୧୯୪୭ ମସିହାରେ ପାକିସ୍ତାନ ସହିତ ଭାରତକୁ ସ୍ବାଧୀନତା ମିଳିଥିଲା ଏହି ଦଶନ୍ଧି ମଧ୍ୟରେ ଔପନିବେଶିକ ଶାସନ ଅଧୀନରେ ଥିବା ଏକ ଗରୀବ ଦେଶରୁ ଇର୍ଷଣୀୟ ସଫଳତା ହାସଲ ସହିତବିକାଶତ ଭାରତପଥରେ ଅଗ୍ରସର ହେଉଛି ଆଜି ବିଶ୍ବ ରାଜନୀତିରେ ଭାରତକୁ ଏକ ବଡ଼ ଖିଲାଡି ଏବଂ ଆର୍ଥିକ ମହାଶକ୍ତି ଭାବରେ ଦେଖାଯାଉଛି ଭାରତ ସେହି ଦେଶମାନଙ୍କ ମଧ୍ୟରୁ ଅନ୍ୟତମ, ଯେଉଁମାନେ ଦ୍ବିତୀୟ ବିଶ୍ବଯୁଦ୍ଧ ପରବର୍ତ୍ତୀ ସମୟରେ ସାମ୍ରାଜ୍ୟବାଦର ଜଞ୍ଜିର ଭାଙ୍ଗି ସ୍ବାଧୀନ ହୋଇଥିଲେ ଏହି ଦିନଟିକୁ ଆମେ ସିନା ଖୁସିରେ ପାଳନ କରୁ ହେଲେ ଆମ ଭିତରୁ ଅନେକ ଭୁଲି ଯାଉ କିଭଳି କଷ୍ଟ ଯନ୍ତ୍ରଣା ସହି ଆପର ପୂର୍ବଜମାନେ ଦେଶକୁ ସ୍ୱାଧୀନ କରାଛନ୍ତି କେତେ ବଳିଦାନ ଦେଇଛନ୍ତି ଏହି ସ୍ୱାଧୀନତା ପାଇବା କେତେଯେ ରକ୍ତ ବହିଥିଲା ତାର ହିସାବ ଇତିହାସ ପାଖରେ ନାହିଁ ଆମେମାନେ ଭାରତୀୟ ଭାବରେ ଗର୍ବ କରୁଛୁ ହେଲେ ସେହି ବୀର ପୁରୁଷ ମହାନ୍ ନେତାମାନଙ୍କୁ ଉଚିତ ସମ୍ମାନ ଦେଉଛୁ ? ଆମେ ଆମର ସେହି ସ୍ୱାଧୀନତା ସଂଗ୍ରାମକୁ ମନେ ପକାଉଛୁ ? ଆମେ ଆମର ପର ପିଢ଼ିକୁ ଦେଶଭକ୍ତ କରି ପାରିଛୁ ? ଏସବୁ ପ୍ରଶ୍ନ ଉଠୁଛି ବର୍ତ୍ତମାନ ସମୟରେ ଏହିପରିପ୍ରେକ୍ଷୀରେ ଅତୀତରେ ଯେଉମାନେ ଆମ ଦେଶର ସ୍ୱାଧୀନତା ପାଇଁ ଇଂରେଜ ସହିତ ଲଢ଼ିଥିଲେ ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ, ସ୍ବାଧୀନତାର ସେହି ମହାନ୍ ଇତିହାସ ବିଷୟରେ

ବ୍ରିଟିଶ ଶାସନ ବେଳେ ପରାଧୀନ ଭାରତରେ ସ୍ଵାଧୀନତା ପାଇବା ପାଇଁ ଅନେକ କଷ୍ଟ ସହିଛନ୍ତି ଭାରତୀୟମାନେ ପ୍ରାୟ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିଲେ ଇଂରେଜ ସରକାର ଅନେକ ନିର୍ଯାତନା ପାଇଥିଲେ ଭାରତବାସୀ ତେବେ ଜାତିର ପିତା ମହାତ୍ମା ଗାନ୍ଧୀ, ଜବାହର ଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ନେତାଜୀ ସୁଭାଷ ବୋଷଙ୍କ ଠାରୁ ଆରମ୍ଭ କରି ଝାନ୍ସିର ରାଣୀ ଲକ୍ଷ୍ମୀବାଇଙ୍କ ପର୍ଯ୍ୟନ୍ତ ଏହି ସ୍ଵାଧୀନତା ପାଇଁ ସଙ୍ଘର୍ଷ କରିଥିଲେ ଦେଶର କୋଣ ଅନୁକୋଣ, ସବୁଠି ଜାଗି ଉଠିଥିଲା ସ୍ଵାଧୀନତା ହାସଲ କରିବାର ଅଦମ୍ୟ ସାହସ ଅନେକ ଭାରତୀୟ ଯେମିତିକି ବାଜିରାଓଙ୍କ ଠାରୁ ଆରମ୍ଭ କରି ଭଗତ୍ ସିଂଙ୍କ ପର୍ଯ୍ୟନ୍ତ ମହାନ୍ ସ୍ଵାଧୀନତା ସଂଗ୍ରାମୀ ଦେଶ ପାଇଁ ନିଜ ଜୀବନକୁ ବଳିଦାନ ଦେଇଦେଲେ ଅନେକ ସଂଘର୍ଷ ପରେ ଯାଇ ସ୍ଵାଧୀନତା ପାଇଥିଲା ଭାରତ ତେବେ ଭାରତ ସ୍ୱାଧୀନତା ଲାଭ କରିବାର ମଧ୍ୟରାତ୍ରରେ ଜବାହର ଲାଲ ନେହେରୁ ଏକ ଐତିହାସିକ ଭାଷଣ ଦେଇଥିଲେ ଯାହାକୁ “Tryst of Destiny” ନାଁରେ ଜଣାଯାଏ ଏହାବାଦ ସ୍ୱାଧୀନ ଭାରତର ସଂସଦରେ ଦିଆଯାଇଥିବା ଏହା ହେଉଛି ପ୍ରଥମ ଭାଷଣ କିନ୍ତୁ ଖୁବ କମ ଲୋକ ହୁଏତ ଜାଣିଥିବେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଏମିତି କିଛି ହୋଇନଥିଲା ଲୋକସଭା ସଚିବାଳୟ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରୁ ଜଣା ଯାଇଛିକି ନେହେରୁ ସେହି ବର୍ଷ ଅଗଷ୍ଟ ୧୬ ତାରିଖରେ ହିଁ ଜାତୀୟ ପତାକା ଉତ୍ତୋଳନ କରିଥିଲେ

ଭାରତ ପାକିସ୍ତାନ ମଧ୍ୟର ସୀମା ନିର୍ଦ୍ଧାରଣ ବି ଅଗଷ୍ଟ ୧୫ ନୁହେଁ ବରଂ ୧୭ ତାରିଖରେ ହୋଇଥିଲା ଆଉ ଦୁଇ ଦେଶ ଭିତରେ ସୀମା ନିର୍ଦ୍ଧାରଣ ହୋଇ ଥିଲା ବ୍ରିଟିଶ ହାଉସ ଅଫ କମନ୍ସରେଇଣ୍ଡିଆ ଇଣ୍ଡିପେଣ୍ଡେନ୍ସବିଲ ୧୯୪୭ ମସିହା ଜୁଲାଇ ତାରିଖରେ ପାରିତ ହୋଇଥିଲା ଯେଉଁଥିରେ ଅଖଣ୍ଡ ଭାରତର ବିଭାଜନ ନୂତନ ପାକିସ୍ତାନ ଗଠନ ନେଇ ପ୍ରସ୍ତାବ ରଖା ଯାଇଥିଲା ଏହି ବିଲ ସେହି ମାସ ୧୮ ତାରିଖରେ ସ୍ୱୀକୃତି ଲାଭ କରିଥିବା ବେଳେ ୧୪୧୫ ମଧ୍ୟରାତ୍ରରେ ଭାରତ ସ୍ୱାଧୀନତା ହାସଲ କରିଥିଲା ବର୍ଷ ବର୍ଷ ଧରି ଚାତକ ପରି ଅପେକ୍ଷା କରିଥିବା ଏହି ଶୁଭ ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ ସାମିଲ ହୋଇ ପାରିନଥିଲେ କାରଣ ସେହି ସମୟରେ ବାପୁଜୀ ପଶ୍ଚିମବଙ୍ଗର ନୋଆଖାଲି ଠାରେ ହିନ୍ଦୁ, ମୁସଲମାନଙ୍କ ମଧ୍ୟରେ ଉପୁଜିଥିବା ସାମ୍ପ୍ରଦାୟିକ ହିଂସାକୁ ଥମାଇବା ଉଦ୍ଦେଶ୍ୟରେ ଅନଶନ ଜାରି ରଖିଥିଲେ କିନ୍ତୁ ଏହା ପୂର୍ବରୁ ୧୯୪୭ ମସିହା ଅଗଷ୍ଟ ୧୪ରେ ଜନତାଙ୍କୁ ସେମ୍ବାଧିତ କରିଥିଲେ ମହାତ୍ମା ଗାନ୍ଧୀ ଗାନ୍ଧିଜୀ କହିଥିଲେ, ଆଜି ମଧ୍ୟରାତ୍ରରେ ଆମେ ବ୍ରିଟିଶ ଶାସନରୁ ମୁକ୍ତ ହେବା କିନ୍ତୁ ଆଜି ମଧ୍ୟରାତ୍ରରେ ଭାରତ ମଧ୍ୟ ଖଣ୍ଡବିଖଣ୍ଡିତ ହେବାକୁ ଯାଉଛି ଆସନ୍ତାକାଲି ଆନନ୍ଦର ଦିନ ହେବ, କିନ୍ତୁ ସମାନ ଭାବରେ ଦୁଃଖ ଖବର | ଏହି ସ୍ୱାଧୀନତା ଆମ ସମସ୍ତଙ୍କୁ ଏକ ବଡ଼ ଦାୟିତ୍ୱ ହସ୍ତାନ୍ତର କରୁଛି | ଆମ ବିବେକ ଏବଂ ଭାଇଚାରା ତ୍ୟାଗ କରିବାକୁ ପଡ଼ିବ ନାହିଁ | ଯଦି ଏହି ବିବେକ ଏବଂ ଭାଇଚାରା କଲିକତାରେ ସୁରକ୍ଷିତ, ତେବେ ବୁଝିବା ଯେ ଏହା ସମଗ୍ର ଦେଶରେ କରାଯାଇଛି | କଲିକତାର ଉଦାହରଣ ଦ୍ୱାରା ସମଗ୍ର ଦେଶର ମାନବିକତା ଜାଗ୍ରତ ହେବ! ‘ ସେ କହିଥିଲେ, ‘ଆସନ୍ତାକାଲି ସ୍ୱାଧୀନତା ଦିବସରେ ମୁଁ ଉପବାସ କରିବି; ଭାରତର କଲ୍ୟାଣ ପାଇଁ ପ୍ରାର୍ଥନା କରିବ | ଆପଣମାନେ ମଧ୍ୟ ଏଥିରେ ମୋତେ ସମର୍ଥନ କରନ୍ତି |