ଭୁବନେଶ୍ୱର: ମିଶନ ଶକ୍ତି କାର୍ଯ୍ୟକ୍ରମ ମାଧ୍ୟମରେ ଆଜି ଓଡିଶାର ମହିଳା ମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ମିଶନ ଶକ୍ତି ମା ମାନେ ରାଜ୍ୟ ପାଇଁ ହୋଇପାରିଛନ୍ତି ଏକ ବିରାଟ ସାମାଜିକ ପୁଞ୍ଜି । ଏସଏଚଜିରୁ ଉଦ୍ୟଗୀ ସୃଷ୍ଟି କରି ଆମ ରାଜ୍ୟର ମହିଳା ମାନଙ୍କୁ ରାଜ୍ୟ ଅର୍ଥନୀତିର ପ୍ରମୁଖ ଅଂଶୀଦା କରିବା ଆମର ଏକ୍ଷ । ଏହି କର୍ମଶାଳାରେ ଓଡ଼ିଶା ଜୀବିକା ମିଶନର ରାଜ୍ୟ ମିଶନ ନିର୍ଦ୍ଦେଶକ ଏନ୍. ଥିରୁମାଲା ନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ବିନୋଦ କୁମାର ଜେନା ଏବଂ ବିଶେଷଜ୍ଞମାନେ ଯୋଗଦେଇ କର୍ମଶାଳାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମିଶନ ଶକ୍ତି ସ୍କୁଟର ଯୋଜନା ଅଧୀନରେ ଏସ୍ଏଚ୍ଜି ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କରାଯାଉ । ଝଖଈଉର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ । ସଚିବ କହିଛନ୍ତି, ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା ଡାଉନପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି । ଏହାଦ୍ୱାରା ବହୁ ଏସ୍ଏଚ୍ଜି ମହିଳା ସ୍କୁଟର ନେବା ଲାଗି ଅସମର୍ଥ ହେଉଛନ୍ତି । ତେଣୁ ଏହି ମାର୍ଜିନ ମନି ଛାଡ଼ କରିବାକୁ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ପଞ୍ଚାୟତ ସ୍ତରରେ ଥିବା ଏସ୍ଏଚ୍ଜି ଫେଡରେସନ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ କ୍ଷେତ୍ରରେ କ୍ୟାଶ ହ୍ୟାଣ୍ଡଲିଂ ଚାର୍ଜ ଛାଡ଼ ଲାଗି ମଧ୍ୟ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତ୍ତିକେୟନ । ଏହା ବ୍ୟତୀତ ବିଭାଗୀୟ କମିଶନର ତଥା ଶାସନ ସଚିବ ସୁଜାତା ଆର୍ କାର୍ତ୍ତିକେୟନ୍ କହିଥିଲେ, ଏସ୍ଏଚ୍ଜିମାନେ ହେଉଛନ୍ତି ସ୍ୱତଃପ୍ରବୃତ୍ତ ଲିଡର । ସେମାନଙ୍କ ମଧ୍ୟରେ ଅସାଧାରଣ ଦକ୍ଷତା, ସାମର୍ଥ୍ୟ ଏବଂ ଶକ୍ତି ରହିଛି । ଆମ ରାଜ୍ୟରେ ଏସ୍ଏଚ୍ଜି ଆନ୍ଦୋଳନ ସଫଳ ହୋଇଛି ସେଇମାନଙ୍କ ନେତୃତ୍ୱ ପାଇଁ । ଏହି ଲିଡରମାନେ ପ୍ରଶିକ୍ଷିତ ହେଲେ ସେମାନେ ତାଙ୍କ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟି କରି ମହିଳା ସଶକ୍ତିକରଣର ପ୍ରମୁଖ ସୂତ୍ରଧର ସାଜିବେ । ମଇ ୩୧ ଓ ଜୁନ୍ ୧ ତାରିଖ ଦୁଇଦିନଧରି ସଚିବାଳୟ ଲୋକସେବା ଭବନ, କନ୍ଭେନସନ ହଲରେ ମିଶନ ଶକ୍ତି ବିଭାଗ ଦ୍ୱାରା ବ୍ୟାଙ୍କ୍ ଋଣ ଏବଂ ସୁଧ ଫେରସ୍ତ ସମ୍ପର୍କିତ ବ୍ଲକ୍ ପ୍ରଶିକ୍ଷକଙ୍କ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜ୍ୟରେ ବିଗତ ୮ ବର୍ଷ ମଧ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତା ରାଶିର ପରିମାଣ ୧୯ ଗୁଣ ବୃଦ୍ଧି ପାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦିଆଯାଉଥିବା ବ୍ୟାଙ୍କ ଋଣ ରାଶି ବୃଦ୍ଧିପାଇ ୧୧୦୦୦ କୋଟି ଟଙ୍କାରେ ପହଞ୍ଚିପାରିଛି । ଏ ବର୍ଷ ମିଶନ ଶକ୍ତି ମାଧ୍ୟମରେ ରାଜ୍ୟର ଏସଏଚଜିମାନଙ୍କୁ ୧୫,୦୦୦ କୋଟି ଟଙ୍କାର ଋଣ ଦେବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି । ତୃଣମୂଳ ସ୍ତରରେ ଏ ସମସ୍ତ ବିଷୟରେ ପ୍ରଶିକ୍ଷଣ ଓ ସଚେତନ କରାଇବାରେ ବ୍ଲକ ଓ ଜିଲ୍ଲାସ୍ତରୀୟ ଏହି ବିଶେଷଜ୍ଞ ଗୋଷ୍ଠୀ ଯଥେଷ୍ଟ ସହାୟକ ହେବେ ବୋଲି ପ୍ରଶିକ୍ଷଣ କାର୍ୟ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ।