ଯାଜପୁର ; ବେଆଇନ ମାଦକ ଦ୍ରବ୍ୟ କାରବାର ଉପରେ ଲାଗିବ ଲଗାମ । ଆମ ସଂକଳ୍ପ ସଚେତନତା ରଥର ଶୁଭାରମ୍ଭରେ ଏହି କାରବାରକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଅବକାରୀ ବିଭାଗ ସଂକଳ୍ପବଦ୍ଧ ବୋଲି କୁହାଯାଇଛି। ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ ସଂକଳ୍ପ ସଚେତନତା ରଥକୁ ଜିଲ୍ଲାପାଳ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ରଥ ଯାଜପୁର ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ଏବଂ ପୌରାଞ୍ଚଳ ବୁଲି ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ମାଦକ ଦ୍ରବ୍ୟ ବ୍ୟବହାର ବିରୋଧରେ ଲୋକଙ୍କୁ ସଚେତନ କରାଇବ । ଏହା ଆସନ୍ତା ୨୬ ତାରିଖ ପର୍ୟ୍ୟନ୍ତ ବୁଲିବ ଓ ଏହି କାର୍ୟ୍ୟକ୍ରମରେ ଯାଜପୁର ଅବକାରୀ ଅଧିକ୍ଷକ ଶ୍ରୀ ଟି.କେ. ଟାଣ୍ଡେଲ୍, ଡେପୁଟି ଅବକାରୀ ଅଧିକ୍ଷୀକା ଅନିତା ଓଝା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଙ୍କ ସମେତ ସମସ୍ତ ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ଓ