ଷଣ୍ଢପାଳ ଗ୍ରାମରେ ପଦ ମାଳତୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

ଅନୁଗୋଳ/ ପ୍ରମାନନ୍ଦ ନାୟକ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ପଞ୍ଚାୟତ ଷଣ୍ଢପାଳ ଗ୍ରାମର ଖେଳ ପଡିଆ ଠାରେ ଆଜି ଏସ ପି ଏଲ କପ ଉଦଘାଟନ ହୋଇଯାଇଅଛି । ଏହି କ୍ରିକେଟ ଟୁର୍ନାମେଣ୍ଟ ଟି ପଦ ମାଳତୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ନାମରେ ନାମିତ ହୋଇଥିବା ବେଳେ, ଏହି ଟୁର୍ନାମେଣ୍ଟରେ ୧୬ଟି ଟିମି ଅଂସ ଗ୍ରହଣ କରିଛନ୍ତି । ଏହି ଟୁର୍ନାମେଣ୍ଟର ଉଦଘାଟନ ଦିବସ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଅଛି । ଏହି କ୍ରିକେଟ ଟୁର୍ନାମେଣ୍ଟ ର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ଶୁଶାନ୍ତ କୁମାର ବେହେରା ଯୋଗ ଦେଇଥିବା ବେଳେ ଏହି ଟୁର୍ନାମେଣ୍ଟକୁ ଆୟଯୋକ କରିଥିଲେ ଏସପି ଏଲ ଫାଇଟର । ଏଥିରେ ସିପୁନ ସାହୁ, ଗୁଡୁ, କାଳିଆ, ପାଣୁ, ସିବୁନ, ସନୋଜଙ୍କ ସମେତ ଅନେକ ଯୁବକ ସହୋଜୋଗ କରିଥିଲେ।