ଫଟୋ ଓ ଭିଡିଓରେ ବିଜେଡିର କୋଭିଡ ନିୟମ ଉଲ୍ଲଙ୍ଘନର ପ୍ରମାଣ ଦେଲେ ସାଂସଦ

ଭୁବନେଶ୍ୱର/ସରୋଜ ରାଉତ: ପ୍ରଧାନମନ୍ତ୍ରୀ କୋଭିଡ଼ ନିୟମ କରିଛନ୍ତି, ଆମେ ସମସ୍ତେ କରିବା ପାଳନ । ଆଇନ୍ ସମସ୍ତଙ୍କ ପାଇଁ ସମାନ, ହଇରାଣ କରନ୍ତୁନି। ଆକ୍ରୋଶମୂଳକ ମନୋଭାବ ରଖାନଯାଉ। ବିଜେଡି ଅଫିସ କେବେ ସିଲ୍ ହେବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅଫିସ୍ ସିଲ୍ ପରେ ସିଲ୍ ଅଫିସ୍ ସାମ୍ନାରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରି କରିଛନ୍ତି ପ୍ରଶ୍ନ ।
ସାଂସଦ ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓରେ ବିଜେଡି ଅଫିସ, ମହାରଥୀଙ୍କ ଶେଷକୃତ୍ୟ ଗହଳି। ଏଥିରେ ମହାରଥୀଙ୍କ ଶେଷ ଦର୍ଶନକୁ ଯାଇଥିବା ମନ୍ତ୍ରୀ ସମୀର ଦାଶ ମାସ୍କ ପିନ୍ଧି ନଥିବା ଦେଖାଇଛନ୍ତି । ସେହିପରି ତିର୍ତ୍ତୋଲ ବିଜେଡି ମିଟିଂରେ କୋଭିଡ ନିୟମ ଉଲ୍ଲଙ୍ଘନକୁ ଦର୍ଶାଇଛନ୍ତି ସାଂସଦ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ଯାଉଥିବା ମଧ୍ୟ ଗଣମାଧ୍ୟମକୁ ଜଣାଇଛନ୍ତି ।