ହାଇକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସତ୍ୟପାଠ

ପ୍ରାୟ ଦେଢ କ୍ୱିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ସତ୍ୟପାଠରେ ଉଲ୍ଲେଖ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି । ଶେଷଥର ପାଇଁ ୧୯୭୮ରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ରତ୍ନଭଣ୍ଡାର ଖୋଲାଯାଇ ଆଳଙ୍କାରଗୁଡିକ ହିସାବ କରାଯାଇଥିଲା । ପ୍ରାୟ ଦେଢ କ୍ୱିଣ୍ଟାଲ ସୁନା ଓ ୧୮୪ କିଲୋ ରୁପା ରହିଥିବା ଉଲ୍ଲେଖ । ଭିତର ରତ୍ନଭଣ୍ଡାରର ଅଳଙ୍କାର କେବେ ବି ବ୍ୟବହାର ହୁଏ ନାହିଁ । ଭିତର ରତ୍ନଭଣ୍ଡାରରେ ୫୦ କେଜି ୬୦୦ ଗ୍ରାମ ସୁନା ଓ ୧୩୪ କେଜି୫୦ଗ୍ରାମ ରୁପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ୯୫ କେଜି ୩୨୦ ସୁନା, ୧୯କେଜି ୪୮୦ ଗ୍ରାମ ରୁପା ଅଳଙ୍କାର ରହିଛି । ଚଳନ୍ତି ଭଣ୍ଡାରରେ ରହିଛି ପ୍ରାୟ ସାଢେ ୩ କେଜି ସୁନା ଅଳଙ୍କାର ।ଏଥିସହ ପ୍ରାୟ ୩୦ କେଜି ୩୫୦ ଗ୍ରାମ ରୁପା ଅଳଙ୍କାର ରହିଛି ।