ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

ଡୋମିନିକାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଭାରତ ଏକ ଇନିଂସ ୧୪୧ରନରେ ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜକୁ ୧୪୧ ରନରେ ପରାସ୍ତ କରି ସିରିଜ ୧-୦ରେ ଆଗୁଆ ରହଛିି ଭାରତ । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂରେ ଧରାଶୟୀ ହୋଇଛି ଘରୋଇ ଦଳ । ଉଭୟ ଇନିଂସରେ ୧୨ଟି ଓ୍ଵିକେଟ ନେଇ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅଶ୍ୱିନ୍ । ପ୍ରଥମ ଇନିଂସରେ ୫ଟି ଓ ଦ୍ୱିତୀୟ ଇନିଂସରେ ୭ଟି ଓ୍ଵିକେଟ ନେଇଥିଲେ ଅଶ୍ୱିନ । ଭାରତ ପ୍ରଥମ ଇନିଂସରେ ୫ ଓ୍ଵିକେଟରେ ୪୨୧ ରନ୍ କରି ପାଳି ଘୋଷଣା କରିଥିଲା । ଦ୍ୱିତୀୟ ପାଳିରେ ମାତ୍ର ୧୩୦ ରନ୍ରେ ସେମିତି ରହିଯାଇଥିଲା ୱେଷ୍ଟଇଣ୍ଡିଜ । ଫଳରେ ଭାରତ ଇନିଂସ ଓ ୧୪୧ ରନ୍ରେ ବିଜୟୀ ହୋଇଛି । ଏହା ସହିତ ଟେଷ୍ଟରେ ଅଷ୍ଟମ ଥର ଅଶ୍ୱିନ ୧୨ ଓ୍ଵିକେଟ ସଫଳତା ଅର୍ଜନ କରିଛନ୍ତି । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ପ୍ରଭାବୀ ବ୍ୟାଟିଂ କରିଥିଲେ ଯଶସ୍ୱୀ ଜୟସ୍ୱଓ୍ଵାଲ । ଡେବ୍ୟୁ ମ୍ୟାଚରେ ଶତକ ମାରିଥିଲେ । ସେହିପରି ରୋହିତ ଶର୍ମା ୧୦୩, ବିରାଟ କୋହଲି ୭୬ ଓ ଜାଡେଜା କରିଥିଲେ ଅପରାଜିତ ୩୭ ରନ୍ । ବିଜୟ ସହ ଟେଷ୍ଟରେ ଭାରତ ୧-୦ରେ ଆଗୁଆ ହୋଇଛି । ମ୍ୟାଚରେ ଯଶସ୍ୱୀଙ୍କୁ ୧୭୧ ରନ୍ କରିଥିବାରୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ପୁରସ୍କାର ମିଳିଥିଲା ।