ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର:  ଶୂନ୍ୟକାଳରେ ମାଲକାନଗିରି ଏବଂ କୋରାପୁଟରେ ବଡ ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ପ୍ରଶ୍ନ ଉଠାଇଲେ ପ୍ରତାପ ଦେବ | ପାଣି ପାଗ ସୂଚନା ଦିଆଯାଇଥିଲା ଦକ୍ଷିଣ ଓଡ଼ିଶାର ମାଲକାନଗିରି ଓ କୋରାପୁଟ, ରାୟଗଡା ରେ ବର୍ଷା ହୋଇ ବିଶେଷ କ୍ଷୟ କ୍ଷତି ହୋଇଛି | ମକା ଠାରୁ ଆରମ୍ବ କରି ବିଭିନ୍ନ ଫସଲ କ୍ଷତି ହୋଇଛି | ରାଜ୍ୟର SRC, କୃଷି ଓ ରାଜସ୍ବ ବିଭାଗ କଣ ପଦକ୍ଷେପ ନେଇଛନ୍ତି, ଜନ ସାଧାରଣ ଙ୍କ କ୍ଷତି ସରକାର ଅବଗତ ଅଛନ୍ତି କି | 72 ଘଣ୍ଟା ହେଇଗଲା ସରକାର କିଛି କଲେନାହିଁ | ବିଦ୍ଧି ବଦ୍ଧ ଘୋଷଣା କଲେ ନାହିଁ | କଣ ସାହାଯ୍ୟ ଦିଆଯିବ କ୍ଷୟ କ୍ଷତି ର | ମନ୍ତ୍ରୀ ଙ୍କ ଉତ୍ତର ଦାବି କଲେ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ପ୍ରତାପ ଦେବ|

    ଏହାର ଉତ୍ତରରେ   ଗୃହରେ ସ୍ପଷ୍ଟକ୍ତି ରଖିଲେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ |   9 ତାରିଖ ଦିନ ପୂର୍ବ ସୂଚନା ମିଳିଥିଲା, ପୂର୍ବ ଅନୁମାନରେ ଯାହା ସୂଚନା ଥିଲା ବର୍ଷା ପ୍ରବଳ ହେବାର ଥିଲା | କୋରାପୁଟ ଓ ମାଲକାନଗିରି କ୍ଷତି ହୋଇଛି |କୋରାପୁଟ କ୍ଷତି କମ, ମାଲକାନଗିରି ରେ ଅଧିକ କ୍ଷତି ହୋଇଥିଲା |  ତଳିଆ ବ୍ରିଜ ପାଇଁ ରାସ୍ତା ବିଛିନ୍ନ ହେଇଯାଉଛି | 6 ଟା ଓଡ୍ରାଫ ଟିମ ମହଜୁଦ 5 ଟି ଅଗ୍ନିଶମ ଓ ଡିଜି ଅଗ୍ନିଶମ ଓ ଡିଜି ହୋମଗାର୍ଡ ଏବଂ ତାଙ୍କ ସହିତ ଏସଏସି ଏସଏସଟି ବିଭାଗର ଦୁଇ ଅଫିସର ଯାଇଥିଲେ | କେନ୍ଦ୍ର ଗୃହ ମନ୍ତ୍ରୀ ସହ ବିଭାଗର ସଚିବ କଥା ହୋଇଥିଲେ | NDRF 2 ପ୍ଲାଟୁନ BSF ଓ ଚପରକୁ ଷ୍ଟାଣ୍ଡ ବାଇରେ ରଖାଯାଇଥିଲା | ଏବେ ପାଣି କମିଗଲାଣି, ବର୍ତମାନ ଅଧିକ ପାଣି ଛାଡୁଚି | 1780 ଜଣ ଲୋକ ରିଲିଫ ସେଣ୍ଟରରେ ଅଛନ୍ତି | ଘରକୁ ଫେରିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଦିଆଯିବ | ସ୍ୱାସ୍ଥ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ନିୟୋଜିତ ଅଛନ୍ତି | ପାଣି ଛାଡିବା ପରେ କ୍ଷୟକ୍ଷତି ଆକଳନ କରାଯାଇ ଓଡ଼ିଶା ରିଲିଫ କୋଡ଼ ଅନୁସାରେ କ୍ଷତି ପୂରଣ ଦିଆଯିବ|