ଲୋକସେବା ଭବନରେ ‘ ଆମ ଶାସନ ‘ କାର୍ଯ୍ୟକ୍ରମର ଶୁଭାରମ୍ଭ । ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ’ଆମ ଶାସନ’। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ନୂତନ ବ୍ୟବସ୍ଥା ଦ୍ୱାରା ସରକାରୀ ଅଧିକାରୀମାନେ ମୋବାଇଲ ଆପ୍ ଏବଂ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଟେଲିଫୋନ ମାଧ୍ୟମରେ ନାଗରିକମାନଙ୍କ ମତାମତ ନେବେ। ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

ଏଥିସହ ସାଧାରଣ ଜନତା ବିଭିନ୍ନ ସରକାରୀ ସେବା ନେଇ ‘ଆମ ଶାସନ’ ବ୍ୟବସ୍ଥା ଅନ୍ତର୍ଗତ ସାମାଜିକ ଗଣମାଧ୍ୟମ, ହ୍ୱାଟ୍ସ ଆପ୍ ଚାଟ୍ (+91-7400221903), ୱେବସାଇଟ ଚାଟ୍ ବଟ୍ ଏବଂ ଟୋଲ ଫ୍ରି ନମ୍ବର 14471 ମାଧ୍ୟମରେ ନିଜର ମତାମତ ଜଣାଇପାରିବେ।