ଭୁବନେଶ୍ୱରରେ ପେଟ୍ରୋଲ ହାର ୪୦ ପଇସା ହ୍ରାସ ପାଇଛି

ଭୁବନେଶ୍ୱର: ଦିନ କୁ ଦିନ ପେଟ୍ରୋଲ -ଡିଜେଲ ଡର ବଢିବାକୁ ଲାଗିଥିବା ବେଳେ ଭୁବନେଶ୍ୱରର ସହରରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୪୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୩.୨୩ ଟଙ୍କା ରେକର୍ଡ କରାଯାଇଛି। ଏହାପୂର୍ବରୁ ବୁଧବାର ଦିନ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୮୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୩.୬୧ ଟଙ୍କା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ହାର ଯଥାକ୍ରମେ ୪୦ ପଇସା ଏବଂ ୩୮ ପଇସା ହ୍ରାସ ପାଇଛି |

କଟକରେ ପେଟ୍ରୋଲ ଏବଂ ଡିଜେଲ ହାର ବୃଦ୍ଧି ପାଇଛି ଏବଂ ଯଥାକ୍ରମେ ୧୦୩.୮୮ ଟଙ୍କା ଏବଂ ୯୩.୬୮ ଟଙ୍କା ରେକର୍ଡ କରାଯାଇଛି।

ଏହି ସମୟରେ ଚେନ୍ନାଇ, କୋଲକାତା, ଏବଂ ମୁମ୍ବାଇ ଭଳି ଭାରତର ପ୍ରମୁଖ ସହରରେ ଇନ୍ଧନର ମୂଲ୍ୟ ଯଥାକ୍ରମେ ୧୦୨.୯୧, ୧୦୬.୩୪ ଟଙ୍କା ଏବଂ ୧୧୧.୬୭ ଟଙ୍କା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଡିଜେଲ ମୂଲ୍ୟ ଚେନ୍ନାଇରେ ୯୨.୯୫ ଟଙ୍କା, କୋଲକାତାରେ ୯୧.୪୨ ଟଙ୍କା ଏବଂ ମୁମ୍ବାଇରେ ଏହି ହାର ୯୫.୦୦ ଟଙ୍କା ରେକର୍ଡ କରାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୭.୦୧ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୯୫.୮୫ଟଙ୍କା ରହିଛି।