ବାଲେଶ୍ୱରରେ ସ୍ୱାଭାବିକ ହେଉଛି ସ୍ଥିତି , ଆହୁରି କୋହଳ ହୋଇଛି କଟକଣା

ବାଲେଶ୍ୱର : ବାଲେଶ୍ୱରରେ ସ୍ୱାଭାବିକ ହେଉଛି ସ୍ଥିତି ।ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ ଥାନା ଅଞ୍ଚଳରେ ବଢିଲା କଫ୍ୟୁ କୋହଳ ସମୟ । ସକାଳ ୫ ଟାରୁ ସଂନ୍ଧ୍ୟା୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସେହିପରି ସହରରେ ସମସ୍ତ ଲିଜ ଲାଇନ , ବ୍ରଡବ୍ୟାଣ୍ଡ , ମୋବାଇଲରେ ଇଣ୍ଟରନେଟ ସେବା ମିଳୁଛି । ଏଥିସହିତ ସହଦେବଖୁଣ୍ଟା ଓ ଟାଉନ ଥାନା ଅନ୍ତର୍ଗତ କର୍ଫ୍ୟୁ ଅଞ୍ଚଳରେ ସମସ୍ତ ସ୍ମୁଲ , କଲେଜ ଓ ଅଙ୍ଗନବାଡି ଆଜି ଖୋଲିଥିôା ଲକ୍ଷ୍ୟ କରାଯାଇଛି । ସହଦେବଖୁଣ୍ଟା ଥାନା ଅଞ୍ଚଳରେ ଲାଗୁ ହୋଇଥିବା କର୍ଫ୍ୟୁ ପୂର୍ବଭଳି ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ନୂଆ ମାର୍ଗଦର୍ଶିକାରେ ଉପ- ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଉଲ୍ଲେଖ କରିଛନ୍ତି । ଏହି ସମୟରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଦୋକାନ ଖୋଲି ସ୍ୱାଭାବିକ କାରବାର କରିପାରିବେ ।ଗୋଷ୍ଠୀ କନ୍ଦଳକୁ ନେଇ ଆଉ କୌଣସି ନୂଆ ମାମଲା ରୁଜୁ ହୋଇନାହିଁ କିମ୍ବା କାହାରିକୁ ଗିରଫ କରାଯାଇ ନଥିବା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି । ତେବେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ବାଲେଶ୍ୱରରେ ଏବେବି ଜାରି ରହିଛି କର୍ଫ୍ୟୁ କଟକଣା ।