ଇମ୍ରାନ ଖାନକୁ ୩ ବର୍ଷ ଜେଲ୍, ୧ଲକ୍ଷ ଟଙ୍କା ଜରିମାନା

ଇସ୍‌ଲାମାବାଦ୍‌: ଇମ୍ରାନ ଖାନକୁ ୩ ବର୍ଷ ଜେଲ୍ । ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ । ୫ବର୍ଷ ନିର୍ବାଚନ ଳଢ଼ିପାରିବେନି ଇମ୍ରାନ ଖାନ । ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଝଟକା । ତୋଷଖାନ ମାମଲାରେ ଇମ୍ରାନ ଖାନ ଦୋଷୀ ସାବ୍ୟସ୍ତ । ଇମ୍ରାନ ଖାନକୁ ୩ ବର୍ଷ ଜେଲ୍, ୧ଲକ୍ଷ ଟଙ୍କା ଜରିମାନା।

ପାକିସ୍ତାନର ନିର୍ବାଚନ କମିସନ୍‌ରେ ଇମ୍ରାନ୍‌ ଖାଁ ମିଥ୍ୟା ତଥ୍ୟ ଦାଖଲ କରିଥିଲେ। ଦୁର୍ନୀତି କରିଥିବାରୁ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।ଜାରି କରିଥିବା ବିବୃତିରେ ଇମ୍ରାନ୍‌ଙ୍କ ରାଜନୈତିକ ଦଳ ‘ପିଟିଆଇ’ କହିଛି, କେବଳ ଇମ୍ରାନ୍‌ ଖାଁଙ୍କୁ ଅଯୋଗ୍ୟ ଘୋ‌ଷଣା କରି ଜେଲ୍‌ରେ ଭର୍ତ୍ତି କରିବା ପାଇଁ ଆଇନର ଏତାଦୃଶ ହାସ୍ୟାସ୍ପଦ ପଦକ୍ଷେପ ସମ୍ପୂର୍ଣ୍ଣ ଲଜ୍ଜାଜନକ ଓ ଘୃଣ୍ୟ।