ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି । ବହୁଚର୍ଚ୍ଚିତ ତୋଷଖାନା ମାମଲାରେ କୋର୍ଟ ତାଙ୍କୁ ସୁରକ୍ଷିତ ଜାମିନ ପ୍ରଦାନ କରିଛନ୍ତି । ସେ ପ୍ରଧାନମନ୍ତ୍ରୀ ଥିବାବେଳେ ତାଙ୍କୁ ମିଳିଥିବା ଗିଫ୍ଟଗୁଡିକୁ ବିକିଥିବା ନେଇ ହୋଇଥିବା ଅଭିଯୋଗ ଆଧାରରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ତେବେ ପାକିସ୍ତାନର ଏକ କୋର୍ଟ ଇମ୍ରାନଙ୍କୁ ଆସନ୍ତା ଜୁନ ୨୧ ତାରିଖ ଯାଏ ଦେଇଛନ୍ତି ସୁରକ୍ଷିତ ଜାମିନ । ସେହିପରି ବୁସିରା ବିବିଙ୍କୁ ଆସନ୍ତା ୧୩ ତାରିଖ ଯାଏ ଗିରଫ ନ କରିବା ଲାଗି ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋର ହାଇକୋର୍ଟ । ଏହି ଜାଲିଆତି ନେଇ ଇମ୍ରାନଙ୍କ ବିରୋଧରେ ପୁଣି ଏକ ସାନି ଏଫଆଇଆର ଦାୟର ହୋଇଛି । ଗତକାଲି ବି ଜାଲିଆତି ପ୍ରସଙ୍ଗରେ ଇମ୍ରାନ ଓ ପତ୍ନୀ ବୁସିରା ବିବିଙ୍କ ବିରୋଧରେ ପାକିସ୍ତାନ ସରକାର ଏକ ମାମଲା ଦାୟର କରିଥିଲେ ।