ଖୋ ଖୋ ଖେଳକୁ ପ୍ରାଧାନ୍ୟ

ଭୁବନେଶ୍ୱର: ଅନ୍ୟ ଖେଳାଳୀ ଗୁଡିକ ଭଳି ଗଳିକନ୍ଦିରେ ପହଞ୍ଚିବ ଖୋ ଖୋ । ଏଥିପାଇଁ ଅଣ୍ଟା ଭିଡିଛନ୍ତି ଓଡିଶା ସରକାର । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖୁବଶୀଘ୍ର ଖୋ ଖୋ ଏକାଡେମୀ ଖୋଲାଯିବା ସହ ବହୁମୁଖୀ ଷ୍ଟାଡିୟମର ନିର୍ମାଣ କରାଯିବ । ଖୋ ଖୋ ଅଲିମ୍ପିକ ଗେମର ଏକ ଅଂଶ ହୋଇନଥିଲେ ମଧ୍ୟ ସରକାରଙ୍କ ତରଫରୁ ଏହି ମ୍ୟାଚକୁ ପ୍ରାଧାନ୍ୟ ଦିଆଯାଇଛି । ଜାତୀୟ ତଥା ଅନ୍ତର୍ଜାତୀୟ ଖେଳ ବ୍ୟତୀତ ନିଜସ୍ୱ ଖେଳକୁ ମଧ୍ୟ ସବୁ ସ୍ଥାନରେ ପରିଚିତ କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁତିବା କହିଛନ୍ତି କ୍ରୀଡା ସଚିବ ତୁଷାରକାନ୍ତି ବେହେରା ।