ଉତ୍ତର ଭାରତରେ ଜଳର ପ୍ରଳୟ ଆସିଛି । ଗତ ଦୁଇ ଦିନର ମୂଷଳାଧାରାରେ ବର୍ଷା ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଜଳପ୍ରଳୟ ଆଣିଛି । ପ୍ରକୃତିର କୋପ ଏତେ ଯେ, କେଉଁଠି କାର୍ ଭାସି ଯାଇଛି ତ, ଆଉ କେଉଁଠି ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ଦିଲ୍ଲୀଠାରୁ ଆରମ୍ଭ କରି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିଆଣା, ଜାମ୍ମୁ କଶ୍ମୀରର ବିଭିନ୍ନ ଅଞ୍ଚଳ ଯାଏ ପାଣିରେ ବୁଡ଼ି ରହିଛି। । ପ୍ରବଳ ବର୍ଷା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ବର୍ଷା ପାଇଁ ଲୋକ ହନ୍ତସନ୍ତ ହଉଛନ୍ତି । ଏକାଧିକ ନଦୀର ଜଳସ୍ରୋତ ଏବେ ବିପଦ ସଙ୍କେତ ଉପରେ ପ୍ରଭାବିତ ହେଉଛି । ବର୍ଷାଜନିତ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ଜୀବନ ଗଲାଣି । ଆଜି ବି ହିମାଚଳ ପ୍ରଦେଶ, ପଞ୍ଜାମ ଓ ଦିଲ୍ଲୀ କୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ବର୍ଷାର ପରିମାଣ ଦେଖି ଆଜି ଦିଲ୍ଲୀ ଏବଂ ନୋଏଡାରେ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଅଫିସ ମାନଙ୍କୁ ଘରେ ରହି କାମ କରିବାକୁ କହିଛନ୍ତି । ଉତ୍ତର ଭାରତର ଏକାଧିକ ଅଞ୍ଚଳ ପାଣିରେ ବୁଡ଼ି ରହିଛି।