ପୁଣି ଚର୍ଚ୍ଚାରେ ଇମାନେ;ମେଡିକାଲ ରିପୋର୍ଟରେ ଇମାନେଙ୍କ ରିପୋର୍ଟରେ ପୁରୁଷଙ୍କ ହରମୋନ ରହିଛି

0

ଭୁବନେଶ୍ୱର; ପୁଣି ଚର୍ଚ୍ଚାରେ ଇମାନେ । ଲିଙ୍ଗକୁ ନେଇ ପୁଣି ଚର୍ଚ୍ଚାକୁ ଅଅସିଛନ୍ତି ଇମାନେ ଖେଲିଫ୍ । ସ୍ୱର୍ଣ୍ଣ ପଦକ ଜିତି ଚର୍ଚ୍ଚାକୁ ଆସିଥିବା ବେଳେ ଲିଙ୍ଗକୁ ବିବାଦ ଘେରକୁ ଆସିଥିଲର । ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଆଲଜେରିଆର ମୁଷ୍ଟି ଇମାନେ ଖେଲିଫ ସ୍ୱର୍ଣ୍ଣ ଜିତିଥିଲେ ।ଅଲିମ୍ପିକ୍ସ ସମୟରେ ଇମାନେଙ୍କୁ ନେଇ ଅନେକ ତର୍କ ବିତର୍କ ଲାଗି ରହିଥିଲା । କାରଣ କଥା ଉଠିଥିଲା ସେ ପୁରୁଷ ବୋଲି କିନ୍ତୁ ଅଲିମ୍ପିକ୍ସ ତାଙ୍କୁ ମ୍ୟାଚ ଖେଳିବାକୁ ଅନୁମତି ପ୍ରଦାନ କରିଥିଲା । ଏବେ କିନ୍ତୁ ଇମାନେଙ୍କୁ ନେଇ ପୁଣିଥରେ ଚର୍ଚ୍ଚା ବଢିଛି । କୁହାଯାଉଛି ଇମାନେଙ୍କ ମେଡିକାଲ ରିପୋର୍ଟ ଲିକ୍ ହୋଇଛି ଆଉ ରିପୋର୍ଟରେ ଉଲ୍ଲେଖ ରହିଛି ଇମାନେଙ୍କ ଶରୀରରେ ପୁରୁଷଙ୍କ ଭଳି ଅନେକ ଅଙ୍ଗ ରହିଛି । ମେଡିକାଲ ରିପୋର୍ଟରେ ଇମାନେଙ୍କ ରିପୋର୍ଟରେ ପୁରୁଷଙ୍କ ହରମୋନ ରହିଛି । ଏହା ପ୍ରଥମ ଥର ନୁହେଁ ଯେ ଇମାନେ ଖଲିଫଙ୍କ ଲିଙ୍ଗକୁ ନେଇ ପ୍ରଶ୍ନ ଉଠିଛି, ଏହା ପୂର୍ବରୁ ୨୦୨୩ ଇଣ୍ଟରନ୍ୟାସନାଲରେ ମ୍ୟାଚରେ ମଧ୍ୟ ଏପରି ବିବାଦରେ ଛନ୍ଦି ହୋଇଥିଲେ ଇମାନେ ।