ଭୁବନେଶ୍ଵର: ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍ପି ୧୬.୩ ଡିସି ୪’ ଟିକା । ଆଇଏଲଏସ ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା । ୧୦ରୁ ୧୨ ବର୍ଷ ମଧ୍ୟରେ ଉଦ୍ଭାବନ ହୋଇଛି ଏହି ଟିକା । ଏହି ଭ୍ୟାକ୍ସିନ୍ ମୂଷାଙ୍କଠାରେ ସଫଳତାର ସହ କାର୍ଯ୍ୟ କରିଛି । ଆଗକୁ ଯକ୍ଷ୍ମା ପ୍ରତିରୋଧକ ଦିଗରେ ଫଳପ୍ରଦ ହେବ । IIT ଭୁବନେଶ୍ଵର ପକ୍ଷରୁ ସମସ୍ତ ପ୍ରକାର ଟେକ୍ନିକାଲ ସହଭାଗିତା ରହିଛି ।

ଆଇଏଲଏସ ଉଦ୍ଭାବନ କଲା ଯକ୍ଷ୍ମା ପ୍ରତିରୋଧକ ଟିକା । ଯକ୍ଷ୍ମା ବିରୋଧରେ ସୁରକ୍ଷା କବଚ ହେବ ‘ଏଚ୍ଏସ୍ପି ୧୬.୩ ଡିସି ୪’ ଟିକା । ୧୦ରୁ ୧୨ ବର୍ଷ ମଧ୍ୟରେ ଉଦ୍ଭାବନ ହୋଇଛି ଏହି ଟିକା । ଏହି ଭ୍ୟାକ୍ସିନ୍ ମୂଷାଙ୍କଠାରେ ସଫଳତାର ସହ କାର୍ଯ୍ୟ କରିଛି । ଆଗକୁ ଯକ୍ଷ୍ମା ପ୍ରତିରୋଧକ ଦିଗରେ ଫଳପ୍ରଦ ହେବ । ଆଇଆଇଟି ଭୁବନେଶ୍ଵର ପକ୍ଷରୁ ସମସ୍ତ ପ୍ରକାର ଟେକ୍ନିକାଲ ସହଭାଗିତା ରହିଛି । ଯକ୍ଷ୍ମା ବିଶ୍ୱର ସବୁଠାରୁ ମାରାତ୍ମକ ସଂକ୍ରାମକ ରୋଗ ମଧ୍ୟରୁ ଗୋଟିଏ, ଯାହା ଗତ ବର୍ଷ ୧୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି। ବର୍ତ୍ତମାନ ବାସିଲସ୍ କାଲମେଟ୍ ଗୁଏରିନ୍ (ବିସିଜି) ଟିକା ସମସ୍ତ ଦେଶରେ ଯକ୍ଷ୍ମା ନିବାରଣ ପାଇଁ ବ୍ୟବହୃତ ଏକମାତ୍ର ଲାଇସେନ୍ସପ୍ରାପ୍ତ ଟୀକାକରଣ ରଣନୀତି। ଆଇଏଲଏସର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୁନୀଲ କୁମାର ରାଘବ ଏବଂ ଆଇଆଇଟି-ଭୁବନେଶ୍ୱରର ପ୍ରଫେସର ଆଶିଷ ବିଶ୍ୱାସଙ୍କ ନେତୃତ୍ୱରେ ମିଳିତ ଗବେଷଣା ଏଚ୍ଏସ୍ପି ସବୟୁନିଟ୍ ଟିକାର ବିକାଶ ପାଇଁ ନେତୃତ୍ୱ ନେଇ ଭାରତରେ ଯକ୍ଷ୍ମା ବିରୁଦ୍ଧରେ ପ୍ରଥମ ଟିକା ଉଦ୍ଭାବନ କରିଛନ୍ତି।