ସୁବର୍ଣ୍ଣପୁର : ମହାନଦୀରୁ ବେଆଇନ ବାଲି ଚୋରା ଚାଲାଣ ବେଳେ ଜେସିବି, ଟ୍ରାକ୍ଟର ସହ ୨ ହାଇୱା ଅଟକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଅନ୍ତର୍ଗତ ମହାନଦୀର କେଉଟିପାଲି ପଠାରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଜିଲ୍ଲା ମାଇନିଙ୍ଗ ଅଧିକାରୀ, ପୋଲିସ ସହ ଡେପୁଟି କଲେକ୍ଟର ଚଢାଉ କରି ଜେସିବି ସହ ୨ ଟି ବାଲି ବୋଝେଇ ହାଇୱା, ଗୋଟିଏ ଟ୍ରାକ୍ଟର ଜବତ୍ କରି ବୀରମହାରାଜପୁର ଥାନାରେ ଅଟକ ରଖାଯାଇଛି । ଏ ନେଇ ଥାନା ପରିସରରେ ଗାଡ଼ିର କାଗଜପତ୍ର ଏବଂ ବାଲି ଚାଲାଣ ନେଇ ବିଭିନ୍ନ କାଗଜ ପତ୍ର ଯାଞ୍ଚ ଚାଲିଥିବା ବେଳେ ପ୍ରଶାସନ କୌଣସି ସନ୍ତୋଷ ଜନକ ତଥ୍ୟ ପାଇ ନଥିବା ସୂଚନା ମିଳିଛି । ତେବେ ମହାନଦୀର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ହାଇୱା ଯୋଗେ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିବା ଅଭିଯୋଗ ହୋଇଛି ।