ମୁନିଗୁଡା: ବେଆଇନ ଗୁଟଖା କାରବାର ଉପରେ ଗୁଣୁପୁର ପୋଲିସର ଚଢାଉ । ଗିରଫ ଅଭିଯୁକ୍ତ ହେଉଛନ୍ତି ଆନ୍ଧ୍ରପ୍ରଦେଶ ହାଡୁଭାଙ୍ଗୀ ଗ୍ରାମର ଏସ. ସୁଧାକର ରାଓ । ବେପାରୀ ନିକଟରୁ ୨ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ କରିଛି ଗୁଣୁପୁର ପୋଲିସ ।
ସୂଚନା ଅନୁସାରେ, ପେଟ୍ରୋଲିଂ କରୁଥିବା ସମୟରେ ଏକ ପିକଅପ ଭ୍ୟାନରେ ଗୁଟଖା ଚାଲାଣ ହେଉଥିବା ଧରିଥିଲା ପୋଲିସ । ଖର୍ଲିଂ ଗାଁ ନିକଟ ମୁଖ୍ୟ ରାସ୍ତାରେ ଗାଡିକୁ ଅଟକାଇ ଯାଞ୍ଚ କରିବା ସହ ଚାଲାଣ ହେଉଥିବା ଗୁଟଖାକୁ ଜବତ କରିଛି । ଅଭିଯୋଗରେ ପିକଅପ ଭ୍ୟାନ ଏବଂ ୮୧ ବସ୍ତା ଗୁଟଖାକୁ ଜବତ କରିଛି ଗୁଣୁପୁର ପୋଲିସ । ପୋଲିସ ମାଲିକ ଏସ୍ ସୁଧାକର ରାଓକୁ ଗିରଫ କରିଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ ସୂଚନା ଦେଇଛି ।