ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଗୁଳିମାଡ ଘଟଣା । ଏବେ ସାରା ରାଜ୍ୟରେ ଏହି ହତ୍ୟା ଘଟଣାକୁ ନେଇ ଉଠୁଛି ପଡୁଛି । କିଏ କହୁଛନ୍ତି ଆଇନ ଶୃଙ୍ଖଳା ଠିକ ନାହିଁ ତ ଆଉ କିଏ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛନ୍ତି । ସେପଟେ ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା ଦେଇଛନ୍ତି । ସେ ଏତଲାରେ ଦର୍ଶାଇଛନ୍ତି ଯେ, ହତ୍ୟା ଉଦ୍ଦେଶ୍ୟରେ ନବ ଦାସଙ୍କୁ ଫାୟାରିଂ କରିଥିଲେ ଏଏସଆଇ । ASI ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଚାଲି ଯାଇଥିଲେ ।
ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଅତି ନିକଟରୁ ASI ଗୋପାଳକୃଷ୍ଣ ଫାୟାରିଂ କରିଥିଲେ ନବକିଶୋରଙ୍କୁ ସର୍ଭିସ ପିସ୍ତଲରୁ ଅତି ନିକଟରୁ ଗୁଳିମାଡ଼ କରିଥିଲା । ଗୁଳି ନବକିଶୋର ଦାସଙ୍କ ଛାତିରେ ବାଜିବା ପରେ ସେ ପଡ଼ି ଯାଇଥିଲେ । ଗୋପାଳକୃଷ୍ଣକୁ କାବୁ କରିଥିଲେ ପୋଲିସ ଅଧିକାରୀ। ସେହି ସମୟରେ ଆଉ ୨ରାଉଣ୍ଡ ଗୁଳି ଚଳାଇଥିଲା ଗୋପାଳ। ଦ୍ବିତୀୟ ଥର ଗୁଳିମାଡ଼ ବେଳେ ଆଇଆଇସି ପ୍ରମୋଦ ସ୍ବାଇଁଙ୍କ ଆଙ୍ଗୁଳିରେ ଗୁଳି ବାଜିଥିଲା । ସେହିପରି କଳିଙ୍ଗନଗରର ଜୀବନଲାଲ ନାୟକ ନାମକ ଜଣେ ବ୍ୟକ୍ତି ଗୁଳିମାଡ଼ରେ ଆହତ ହୋଇଥିବା FIRରେ ଉଲ୍ଲେଖ ରହିଛି । ଘଟଣା ପରେ ଅଭିଯୁକ୍ତ ଗୋପାଳକୃଷ୍ଣ ହାତରୁ ପିସ୍ତଲ ଛଡ଼ାଇଥିଲେ ପୋଲିସ ଅଧିକାରୀ ।