ନୂଆଦିଲ୍ଳୀ: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଥବା ବିଚାର ପତି ଏକ ବଡ଼ ବୟାନ ଦେଇଛନ୍ତି । ସେ ସ୍କୁଲ ପିଲାମାନଙ୍କର ଉଦାହରଣ ଦେଇ କହିଛନ୍ତି ଯେ, ଯଦି ପିଲା ମାନେ ସକାଳ ୭ଟାରେ ସ୍କୁଲ ଯାଇପାରିବେ, ତେବେ ବିଚାରପତି ଏବଂ ଆଇନଜୀବୀ ମାନେ ସକାଳ ୯ଟାରେ କାହିଁକି କାର୍ଯ୍ୟ ଆରମ୍ଭ କରିପାରିବେ ନାହିଁ ? ଶୁକ୍ରବାର ଦିନ ସୁପ୍ରିମକୋର୍ଟର ଏକ ବେଞ୍ଚ ସାଧାରଣ ଦିନ ଅପେକ୍ଷା ଏକ ଘଣ୍ଟା ପୂର୍ବରୁ କାମ ଆରମ୍ଭ କରିଥିଲେ । ଏହା ସେହି ଲୋକମାନଙ୍କ ପାଇଁ ପରାମର୍ଶ, ଯେଉଁମାନେ ଠିକ ସମୟରେ ଅଫିସରେ ପହଞ୍ଚନ୍ତି ନାହିଁ , କିମ୍ବା ନିର୍ଦ୍ଧାରିତ ସମୟ ପୂର୍ବରୁ କାମ କରିବାଠାରୁ ଦୂରେଇ ରୁହନ୍ତି ।
ଜଷ୍ଟିସ ୟୁ ୟୁ ଲଲିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ ଏବଂ ଜଷ୍ଟିସ ସୁଦର୍ଶନ ଧୁଲିଆଙ୍କ ଏକ ବେଞ୍ଚ ସକାଳ ୯ଟ ୩୦ରେ ଶୁଣାଣି ଆରମ୍ଭ କରିଥିଲେ । କିନ୍ତୁ ସାଧାରଣତଃ ଏହି ଶୁଣାଣି ସକାଳ ୧୦ଟା ୩୦ରୁ ଆରମ୍ଭ ହୋଇଥାଏ । ଜଷ୍ଟିସ ୟୁୟୁ ଲଲିତ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବା ପାଇଁ ବରିଷ୍ଠତା କ୍ରମରେ ସବୁଠୁ ଆଗରେ ଅଛନ୍ତି । ସେ କହିଛନ୍ତି, “ମୋ କହିବାନୁସାରେ, ଆମେ ଆଦର୍ଶ ଭାବେ ସକାଳ ୯ ଟାରେ କାମ କରିବା ପାଇଁ ବସିବା ଉଚିତ୍ । ମୁଁ ସବୁବେଳେ କୁହେ କି ଯଦି ପିଲାମାନେ ସକାଳ ୭ ଟାରେ ବିଦ୍ୟାଳୟକୁ ଯାଉଛନ୍ତି, ତେବେ ଆମେ କାହିଁକି ସକାଳ ୯ ଟାରେ ଆସିପାରିବା ନାହିଁ। ଜାମିନ ସହ ଜଡିତ ଏକ ମାମଲାର ଶୁଣାଣି ଶେଷ ହେବା ପରେ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଖଣ୍ଡପୀଠର ଏହି ପଦକ୍ଷେକକୁ ପ୍ରଶଂସା କରିଥିଲେ ।