ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ : ଗଣ ଶିକ୍ଷ ମନ୍ତ୍ରୀ

ଭୁବନେଶ୍ୱର:  ଫାଇଭ ଟି ହାଇସ୍କୁଲ ରୂପାନ୍ତିକରଣରେ ବିଜେଡି ସରକାର ଖର୍ଚ୍ଚ କରିଛନ୍ତି 3 ହଜାର 87 କୋଟି 35 ଲକ୍ଷ | ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି କହିଲେ ଗଣ ଶିକ୍ଷ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ | ରାଜ୍ୟରେ 6 ହଜାର 564 ଟି ହାଇସ୍କୁଲ ରୁପାନ୍ତିକରଣରେ ଖର୍ଚ୍ଚ ହୋଇଛି ଏହି ଟଙ୍କା | ଫାଇଭ ଟି ସ୍କୁଲ ରେ ଦୁର୍ନତି ନଜରକୁ ଆସିଲେ ତଦନ୍ତ ହେବ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ମାନସ ଦତ୍ତ | ଲିଖିତ ଭାବେ ଉତ୍ତର ଦେଇ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଦୁର୍ନୀତି ନଜରକୁ ଆସିଲେ ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ |