ଆଇଡିବିଆଇ ବ୍ୟାଙ୍କ ହେବ ଘରୋଇକରଣ

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ବିଭିନ୍ନ ବ୍ୟାଙ୍କର ଘରୋଇକରଣ ଦିଗରେ କେନ୍ଦ୍ରସରକାର ତତ୍ପରତା ଦେଖାଇଛନ୍ତି । ବିଭିନ୍ନ କମ୍ପାନୀକୁ ଘୋରୋଇକରଣ କରିବା ଦିଗରେ ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ବର୍ତ୍ତମାନ କାର୍ଯ୍ୟପନ୍ଥା ଗ୍ରହଣ କରୁଛି । ଏଲ୍ଆଇସି ଆଇଡିବିଆଇ ବ୍ୟାଙ୍କ ରେ ସମ୍ପୁର୍ଣ୍ଣ ଅଂଶଧନକୁ ବିକ୍ରି କରିବାକୁ ଯୋଜନା ରଖିଛନ୍ତି । ନୀତି ଆୟୋଗ ଏକକ ବିଡିଂ ସପକ୍ଷରେ ରହିଛି । ସରକାର ଗୋଷ୍ଠୀଗତ ବା କନସୋର୍ଟିମ ସପକ୍ଷରେ ସରକାର ନାହାନ୍ତି । ଅର୍ଥାତ ଏହି ବ୍ୟାଙ୍କ ପରିଚାଳନା ଯିଏବି ନେବେ ଏକାକୀ ଭାବରେ ନେବେ ।