ପଶୁଙ୍କ ଉଦ୍ଧାର ପାଇଁ ବନବିଭାଗକୁ ରେସ୍କ୍ୟୁ ଭ୍ୟାନ୍ ପ୍ରଦାନ କଲା ଆଇସିଆଇ ବ୍ୟାଙ୍କ୍

ଗଜପତି(ବିବେକାନନ୍ଦ ବେହେରା) : ଆମେ ବିଭିନ୍ନ ସମୟରେ ପଶୁ ଙ୍କ ଉଧାର ପାଇଁ ବହୁ ଅସୁବିଧା ର ସମୁଖୀନ ହୋଇଥାଉ ପଶୁମାନଙ୍କୁ ଉଧାର କରିବା କଷ୍ଟସାଧ୍ୟ ହୋଇଥାଏ । ତେଣୁ ଦୁଇ ପଦ ଆଗକୁ ଆସିଛି ପାରଳାଖେମୁଣ୍ଡି ଶାଖାର ଆଇସିଆଇ ବ୍ୟାଙ୍କ୍। ପଶୁଙ୍କ ଉଦ୍ଧାର ପାଇଁ ଗଜପତି ବନ ବିଭାଗ କୁ ପ୍ରଦାନ କଲା ରେସ୍କ୍ୟୁ ଭ୍ୟାନ୍ । ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗଜପତି ବନବିଭାଗ କାର୍ୟ୍ୟାଳୟ ଠାରେ ବନ୍ୟଜନ୍ତୁ ପଶୁ ଙ୍କ ଉଦ୍ଧାର ଉଦେଶ୍ୟ ରେ ଆଇସିଆଇ ବ୍ୟାଙ୍କ୍ ପକ୍ଷରୁ ଏହି ଭ୍ୟାନ୍ର ଶୁଭ ଆରମ୍ଭ ହୋଇଯାଇଛି। ଏହି ଭ୍ୟାନ୍ କୁ ଗଜପତି ବନଖଣ୍ଡ ଅଧିକାରୀ ସବୁଜ ପତକା ଦେଖାଇ ଶୁଭ ଆରମ୍ଭ କରିଥିଲେ ।ଏହି ସମୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶାଖାର ଆଇସିଆଇ ବ୍ୟାଙ୍କ୍ ମ୍ୟାନେଜର ଓ ବ୍ୟାଙ୍କ କର୍ମଚାରୀ ରାକେଶ କୁମାର ନାୟକ ଜୋନାଲ ହେଡ – ଫାଉଣ୍ଡେସନ, ସୁରେନ୍ଦ୍ର ପୁରୋହିତ ପ୍ରୋଜେକ୍ଟ ମ୍ୟାନେଜର , ଲକ୍ଷ୍ମୀ ନାରାୟଣ ନାୟକ ପରିଚାଳକ ଙ୍କ ସମେତ ବନବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।