ଅଣଓଡିଆ ଅଫିସରଙ୍କ ବିରୋଧରେ ମେଳି କରିଛନ୍ତି ଓଡିଆ ଆଇଏଏସ୍ ଅଫିସର ମାନେ

(ସୈାମ୍ୟ ରଞ୍ଜନ ବିଶ୍ୱାଳ): ଦାମୋଦର ରାଉତ ଯେଉଁଭଳି ଭାବରେ ଦୁର୍ନୀତି ଖିୁଲାସା କରି ବିଜେଡିରେ ବୋମା ମାଡ କରିଛନ୍ତି ତାହାର ପ୍ରଭାବ ଏବେ ପଡିଛି ରାଜ୍ୟରେ କାର୍ୟ୍ୟରତ ଓଡିଆ ଆଇଏଏସ୍ ମାନଙ୍କ ଉପରେ । ଏଭଳି ଚର୍ଚ୍ଚା ଏବେ ପାୱାର କରିଡରରେ ଜୋର ଧରିଛି ।ଏହି କିଛିଦିନ ଧରି ଅଣଓଡିଆ ଅଫିସରଙ୍କ ଚାପରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଓଡିଆ ଆଇଏଏସ୍ ଅଫିସର ମାନେ ।

ଏବେ ଶୁଣିବାକୁ ମିଳୁଛି ଯେ ଓଡିଆ ସ୍ୱାଭିମାନକୁ ବଞ୍ଚେଇବାକୁ ଯାଇ ସେମାନେ ଜଣେ ବରିଷ୍ଠ ଓଡିଆ ଆଇଏଏସ ଅଫିସରଙ୍କ ଘରେ ମେଳି ହୋଇଛନ୍ତି । ଏହି ମେଳ ହେବାର କାରଣ ହେଉଛି ସରକାରରେ ଅଖଣ୍ଡ କ୍ଷମତାର ଅଧିକାରୀ ରହିଥିବା ପାଣ୍ଡିଆନଙ୍କ ବିରୋଧରେ । ଏବେ ଏହି ଖବର ରାଜ୍ୟ ରାଜନୀତିରେ ଚର୍ଚ୍ଚର ଜୋର ଧରିଲାଣି । ଗୋଟିଏ ପଟେ ଦାମଙ୍କ ଗୁଗୁଲିରେ ବିଜେଡି ଦଳ ଘାଇଲା ହୋଇଥିବା ବେଳେ ଅନ୍ୟପଟେ ଆଇଏଏସ୍ ମାନଙ୍କ ମଧ୍ୟରେ ହୋଇଥିବା ଦୁଇଫାଳ ଏବେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଠି କଲାଣି ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହୋଇଛି।

ଓଡିଶାରେ ଦକ୍ଷ ଓଡିଆ ଅଫିସରମାନେ ରହିଥିଲେ ମଧ୍ୟ ତାଙ୍କର କ୍ଷମତାକୁ ସଙ୍କୁଚିତ କରିବା ସହ ଅଧିକାଂଶ ସମୟରେ ଓଡିଆ ଅଫିସରମାନେ ମୁଖ୍ୟଶାସନ ସଚିବ ପଦବୀରେ ରହିଲେ ମଧ୍ୟ ନିଷ୍ପତ୍ତି ଅଣଓଡିଆ ଅଫିସରମାନେ ନେଇଥିବାର ଏବେ ଅଫିସରମାନଙ୍କ ମହଲରେ ଚର୍ଚ୍ଚା ଏବଂ ଆଲୋଚନା ହେଉଛି ।