ଅଷ୍ଟ୍ରେଲିଆ ଅଳିଆଗଦାରୁ ମିଳିଲା ଭାରତୀୟ ମହିଳାଙ୍କ ମର ଶରୀର

ଅଷ୍ଟ୍ରେଲିଆ ଅଳିଆଗଦାରୁ ମିଳିଲା ଭାରତୀୟ ମହିଳାଙ୍କ ମର ଶରୀର | ମୃତକ ହେଉଛନ୍ତି ହାଇଦ୍ରାବାଦ ବାସିନ୍ଦା ଚୈତନ୍ୟା ମଧାଗନି । ଚୈତନ୍ୟା ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ । ଶନିବାର ତାଙ୍କ ମୃତଦେହ ରାସ୍ତା କଡ ଏକ ଅଳିଆଗଦାରୁ ମିଳିଛି । ହାଇଦ୍ରାବାଦର ୩୬ ବର୍ଷୀୟା ମହିଳା ଚୈତନ୍ୟା |

ଅନୁମାନ କରାଯାଉଛି ଯେ ‌ଚୈତନ୍ୟାଙ୍କୁ ତାଙ୍କ ସ୍ବାମୀ ହିଁ ହତ୍ୟା କରିଛନ୍ତି। ସେ ହତ୍ୟା କରିବା ପରେ ନିଜ ପିଲାମାନଙ୍କୁ ନେଇ ପତ୍ନୀଙ୍କ ବାପାମାଆଙ୍କୁ ହସ୍ତାନ୍ତର କରିଛନ୍ତି। ଖବର ଅନୁଯାୟୀ, ଅଷ୍ଟ୍ରେଲୀୟ ନାଗରିକ ହେବା ପରେ ଚୈତନ୍ୟା ଏବଂ ତାଙ୍କ ସ୍ବାମୀ ଅଶୋକ ରାଜ ଭାରିକୁପାଲା ନିଜ ପୁଅଙ୍କ ସହ ଅଷ୍ଟ୍ରେଲିଆର ପଏଣ୍ଟ କୁକରେ ରହୁଥିଲେ।

ଏହି ଘଟଣାରେ ସ୍ଥାନୀୟ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଥିବା ରିପୋର୍ଟରେ ଦର୍ଶାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ରାଜ ତାଙ୍କ ୫ ବର୍ଷର ପୁଅ ସହିତ ମାର୍ଚ୍ଚ ୫ରେ ଭାରତ ଯାଇଥିଲେ। ସେବେଠାରୁ ସେ ନିଖୋଜ ଥିଲେ ଏବଂ ତାଙ୍କର କୌଣସି ସମ୍ପର୍କୀୟ କିମ୍ବା ସାଙ୍ଗମାନଙ୍କ ସହିତ କୌଣସି ସମ୍ପର୍କ ନଥିଲା।