ନୂଆଦିଲ୍ଲୀ-: ପହଳଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏଆଇଏମ୍ଆଇଏମ୍ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅୱେସି ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି । ପହଲଗାମ ପ୍ରସଙ୍ଗରେ କଂଗ୍ରେସର କେତେକ ବରିଷ୍ଠ ନେତା ପାକିସ୍ତାନ ପ୍ରତି କୋହଳ ମନୋଭାବ ପ୍ରଦର୍ଶନ କରିଥିବାବେଳେ ଓୱେସୀ କଠୋର ହୋଇଛନ୍ତି । ରବିବାର ମହାରାଷ୍ଟ୍ରର ପରଭାନିରେ ନୂଆ ୱାକପ୍ ଆଇନକୁ ବିରୋଧ କରି ଆୟୋଜିତ ଏକ ସଭାକୁ ସମ୍ବୋଧନ କଲାବେଳେ ଅୱେସି ପାକିସ୍ତାନକୁ ସମାଲୋଚନା କରିଥିଲେ। ଅୱେସି କହିଥିଲେ ଯେ ପାକିସ୍ତାନର ଷ୍ଟାଣ୍ଡାର୍ଡ ଟାଇମ୍ ଭାରତ ଠାରୁ ୩୦ ମିନିଟ୍ ପଛୁଆ ମାତ୍ର ବାସ୍ତବରେ ପାକିସ୍ତାନ ଭାରତ ତୁଳନାରେ ୫୦ବର୍ଷ ପଛରେ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନକୁ ଆଇଏସିଆଇଏସ୍ର ଉତ୍ତରାଧିକାରୀ ବୋଲି ସାବ୍ୟସ୍ତ କରିଛି । ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ସିନ୍ଧୁ ଜଳ ରାଜିନାମାକୁ ଭାରତ ବାତିଲ କରିଛି । ରାଜିନାମା ବାତିଲକୁ ନେଇ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦାରୀ କହିଥିବା ଭାରତ ସିନ୍ଧୁ ନଦୀରେ ଜଳ ପ୍ରବାହକୁ ଅଟକାଇଲେ ସେଠାରେ ଭାରତୀୟଙ୍କ ରକ୍ତ ପ୍ରବାହିତ ହେବ କଥାରେ ଓବେସୀ ଜବାବ ଦେଇଛନ୍ତି ପ୍ରଶ୍ନ କରିଛନ୍ତି ଯେ ତାଙ୍କ ମା’ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କୁ କିଏ ହତ୍ୟା କରିଥିଲା? ସେହି ପରି ତାଙ୍କ ଜେଜେବାପାଙ୍କୁ କିଏ ହତ୍ୟା କରିଥିଲା? ସେମାନଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ ସେହି ଆତଙ୍କବାଦୀମାନେ ପହଲଗାମରେ ହତ୍ୟାକାଣ୍ଡ ଘଟାଇଛନ୍ତି । ତେଣୁ ବିଲାୱଲ ଏହି ଆତଙ୍କବାଦୀଙ୍କ ସପକ୍ଷରେ ବାହାରିବା ଠିକ୍ ନୁହେଁ ।