ରାଜଧାନୀରେ ଶତାଧିକ ଲୋକରେ ହୋଇପାରିବ ଏଥର ଗଣେଷ ପୂଜା

ଭୁବନେଶ୍ୱର (ଚିନ୍ମୟୀ ସ୍ୱାଇଁ): ମହାମାରୀ ଦୀର୍ଘ ଦୁଇ ବର୍ଷ ଧରି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା । ଲୋକେ ଖାଇବା ଭୁଲିବା ସହ ଜୀବିକା ବି ହରାଇଥିଲେ । ପ୍ରିୟପରିଜନଙ୍କୁ ବି ଭେଟି ପାରୁନଥିଲେ ଲୋକେ । ଚାରିଆଡେ ଶୁଭୁଥିଲା ହାହାକାର । ଚାରିଆଡେ ଶୂନଶାନ । ଏମିତି କି ଦେବାଦେବୀଙ୍କୁ ଦର୍ଶନ କରିପାରୁ ନଥିଲେ ଭକ୍ତ । ଏହାପରେ ଧିରେ  ଧିରେ ସ୍ୱାଭାବିକ ହେବାରେ ଲାଗିଥିଲା । ଦୋକାନ ବଜାର ଖୋଲିଥିଲା । ଭକ୍ତଙ୍କ ପାଇଁ ମନ୍ଦିର ବି ଖୋଲିଥିଲା । ହିନ୍ଦୁ ଧର୍ମରେ ହେଉଥିବା ପୂଜା ପର୍ବରେ କଟକଣା ଲାଗିଥିଲା । କିନ୍ତୁ ଚଳିତ ବର୍ଷ ବିନା କଟକଣାରେ ପାଳିତ ହେବ ଗଣେଶ ପୂଜା ।

ପୂର୍ବ ବର୍ଷ ଅପେକ୍ଷା ବର୍ତ୍ତମାନ ପରିିସ୍ଥିତି ବଦଳିଥିବାରୁ ଗଣେଶ ପୂଜାରେ କୋଭିଡ କଟକଣା ରହିବ ନାହିଁ । ଗଣେଶ ପୂଜାକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ । ଶତାଧିକ ଲୋକଙ୍କୁ ନେଇ ରାଜଧାନୀରେ ହୋଇପାରିବ ଗଣେଶ ପୂଜା । ସେହିପରି ଭକ୍ତମାନେ ମଧ୍ୟ ସିଧାସଳଖ ଠାକୁରଙ୍କୁ ଦର୍ଶନ କରିପାରିବେ । ଅନ୍ୟପଟେ ମୂର୍ତ୍ତି ବିସର୍ଜନ ପାଇଁ ରାଜଧାନୀରେ କୂଆଖାଇ ଓ ଦୟାନଦୀ କୂଳରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ ହୋଇଛି । ସେଥିରେ ହିଁ ସମସ୍ତ ମୂର୍ତ୍ତି ବିସର୍ଜନ କରିବା ନେଇ ଅପିଲ୍ କରିଛନ୍ତି ବିଏମସି କମିଶନର । ଚଳିତବର୍ଷ ରାଜଧାନୀରେ ୫୦ରୁ ଅଧିକ ମଣ୍ଡପରେ ଠାକୁର ପୂଜା ପାଇବେ । ଅନ୍ୟପଟେ ମାସ୍କ ଓ ସାନିଟାଇଜର ବ୍ୟବହାର ପାଇଁ ଅନୁରୋଧ କରିଛନ୍ତି ବିଏମସି କମିଶନର ।