ଜଙ୍ଗଲ କଡ ରାସ୍ତାରୁ ଉଦ୍ଧାର ହେଲା ମଣିଷ ଖପୁରୀ

ତାଳଚେର ଘଣ୍ଟପଡା ଗାଁ ନିକଟସ୍ଥ ପବିତ୍ର ମୋହନ ମେଡିକାଲ ସମ୍ମୁଖରେ ଥିବା ପରିବା ମାର୍କେଟ ନିକଟରେ ଥିବା ଏକ ଜଙ୍ଗଲ ରାସ୍ତା କଡରେ ଏକ ମଣିଷ ର ଖପୁରି ପଡିଥିବାର ଦେଖିବାକୁ ମିଳିଛି । ତେବେ ଖପୁରିଟି କେଉଁଠାରୁ ଓ କେମିତି ଆସିଲା ତାହା ଅସ୍ପଷ୍ଟ ରହୁଥିବା ବେଳେ ଖବର ପାଇଁ ତାଳଚେର କୋଲିଅରୀ ପୋଲିସ ଘଟଣା ସ୍ଥଳରେ ପହଂଚି ତାହାର ତଦନ୍ତ ଜାରି ରହିଛି । ତେଣୁ ସୂଚନା ଅନୁସାରେ ଏହି ମଣିଷ ଖପୁରିଟି ୧ ମାସ ରୁ ଉର୍ଦ୍ଧ୍ୱ ଦିନର ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ପାଖରେ ମସାଣି ରହୁଥବାବେଳେ କୌଣସି ମୂର୍ତ ଦେହକୁ ମାଟିରେ ପୁତା ଯାଇଥିବା ବେଳେ କୌଣସି ବନ୍ୟଜନ୍ତୁ ଏହାକୁ ଟାଣି ଆଣି ରାସ୍ତା କଡରେ ପକାଇ ଦେଇ ଥିବାର ଅନୁମାନ କରା ଯାଉଛି ।