କନ୍ଧମାଳ: କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ଶାଖାର ପରିବର୍ତ୍ତନ କାର୍ଯ୍ୟକ୍ରମ ଟିକାବାଲି ଥାନା ଡୁଙ୍ଗି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ସଭାପତି ତଥା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ମୂଖ୍ୟ ପରାମର୍ଶଦାତା,ଦିଲ୍ଲିପ କୁମାର ଧଳ ଏବଂ ମହିଳା ସଭାନେତ୍ରୀ ଆରତୀ ମଙ୍ଗରାଜଙ୍କ ନିଦେର୍ଶ ପ୍ରକାରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ଜଳନ୍ଧର ବେହେରାଙ୍କ ଉପସ୍ଥିତରେ ଟିକାବାଲି ଥାନା ଡୁଙ୍ଗି ପଞ୍ଚଲିଙ୍ଗେଶ୍ଵର ମନ୍ଦିରର ଉନ୍ନତି ନିମନ୍ତେ କିଛି ଫଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରିବା ସହିତ ସ୍ବଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ତାହା ସହିତ ମୂଖ୍ୟ ଅତିଥି ସମ୍ମାନୀତ କରାଯାଇ ଡୁଙ୍ଗି ମନ୍ଦିର ପରିସରରେ ଏକ ବୈଠକ ଆୟୋଜନ କରାଯାଇ ଟିକାବାଲି ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା।
ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ମଞ୍ଜୁଳା ନାୟକଙ୍କ ସୁପ୍ରିମକୋର୍ଟ ଡିଗ୍ରୀ କେସ ମାନବାଧିକାର ମିସନ ମାଧ୍ୟମରେ ସୁପ୍ରିମକୋର୍ଟରେ କିପରି ସଫଳ ହୋଇଛି।ଜାହା ଫଳରେ ରାଜ୍ୟରେ,୧୫,୯୨୦, ରୁ ଉର୍ଦ୍ଧ୍ବ ହୋମଗାର୍ଡ ଭାଇ ଭଉଣୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ୨୦୧୮, ମସିହାରୁ ବଢ଼ିଥିବା ଦରମା ଏବଂ ଏରିୟର ପାଇ ବର୍ତମାନ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧିକୁ ନେଇ କିପରି ଖାପଖୁଆଇ ଚଳିବା ସହିତ ନିଜ ନିଜର ବାପା ମାଙ୍କୁ ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ସହିତ ନିଜ ନିଜର ପୁଅ ଝିଅର ଉଚ୍ଚ ଶିକ୍ଷା ନିମନ୍ତେ ଟଙ୍କା ଖର୍ଚ୍ଚ କରି ସମାଜର ଚଳନୀ ସହିତ ଖାପଖୁଆଇ ଚଳି ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏବଂ ଆଗାମୀ ଦିନରେ ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ ଓ ମାନବାଧିକାର ମିସନର ସଦସ୍ୟତା ଗ୍ରହଣ କରି କିପରି ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ଯୋଜନା ହୋମଗାର୍ଡ ଭାଇ ଭଉଣୀ ମାନେ ଆଇନଗତ ଭାବେ ପାଇ ପାରିବେ ସେ ବିଷୟରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରା ମତବ୍ୟକ୍ତ କରିଥିଲେ।
ତାହା ସହିତ ଆଗାମୀ ଦିନରେ ସମାଜର ମଙ୍ଗଳ ନିମନ୍ତେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ଆସନ୍ତା ଜୁନ ମାସ ପହିଲାରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଓ ମାନବାଧିକାର ମିସନ ମାଧ୍ୟମରେ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ ମନ୍ଦିର, ମସଜିଦ, ଚର୍ଚ୍ଚ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ,ସ୍ବଛ ଭାରତ କାର୍ଯ୍ୟକ୍ରମ ଏବଂ ଅସହାୟଙ୍କୁ ସହାୟତା, ରକ୍ତଦାନ ଶିବିର, କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାରେ ସମସ୍ତ ଥାନା ମାନଙ୍କର ହୋମଗାର୍ଡ ଭାଇ ଭଉଣୀ ମାନଙ୍କୁ ନେଇ ସମାଜର ମଙ୍ଗଳ ନିମନ୍ତେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ମିସନ ରାଜ୍ୟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରା, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି ବିରାଜ କୁମାର ପ୍ରଧାନ, କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘର ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଶୃଙ୍ଖଳିତ ଭାବେ ନିୟୁଜ ପ୍ରସାରଣ କରୁଥିବା
ନିର୍ଭିକ ସମାଜସେବୀ ତଥା ସାମ୍ବାଦିକ, ଅଶୋକ କୁମାର ମିଶ୍ର, ସଦର ଥାନା ହୋମଗାର୍ଡ ସଂଘ ସଭାପତି,ବିନୋଦ ବିହାରୀ ପ୍ରଧାନ, ସମ୍ପାଦକ ପ୍ରତାପ କୁମାର ସାହାଣୀ, ଟାଉନ ଥାନା ହୋମଗାର୍ଡ ସଂଘ ଉପ ସଭାପତି ସାଫରିନ ଖାନ୍, ଟିକାବାଲି ଥାନା ହୋମଗାର୍ଡ ସଂଘ ସଭାପତି, ସାମନ୍ତ ଦିଗାଲ,ଉପସଭାପତି, ରବିନ୍ଦ୍ର ସାହୁ, ସମ୍ପାଦକ, ପ୍ରସନ୍ନ କୁମାର ଦିଗାଲ,ସହ ସମ୍ପାଦକ,ବେଲାରସେନ ଦିଗାଲ, କୋଷାଧ୍ୟକ୍ଷ,ରଞୀତ କୁମାର କହଁର,ଉପକୋଷାଧ୍ୟକ୍ଷ, ଜୟାନନ୍ଦ ପ୍ରଧାନ, କାର୍ଯ୍ୟକାରୀ ସଭାପତି, ଚନ୍ଦ୍ର ମୁଖୀ, ପରାମର୍ଶଦାତା ଭାବେ, ହୋମଗାର୍ଡ ସଂଘ କର୍ମକର୍ତ୍ତା,ଅଜୟ କୁମାର ଦିଗାଲ ଏବଂ ପରାମର୍ଶଦାତା ସାମ୍ବାଦିକ,ଯଶେବ ଦିଗାଲ, ସାମ୍ବାଦିକ ମନୋଜ କୁମାର ଗୈଡଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା। ଶେଷରେ ଟିକାବାଲି ଥାନା ହୋମଗାର୍ଡ ସଂଘ ସଭାପତି ସାମନ୍ତ ଦିଗାଲ ବୈଠକ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।