ଦଶପଲ୍ଲା / ପ୍ରିୟବ୍ରତ ଷଡ଼ଙ୍ଗୀ : ଦଶପଲ୍ଲା ଏନ ଏ ସି ଅନ୍ତର୍ଗତ ଗୋବିନ୍ଦ ଭବନ ପରିସରରେ ମାନବିକ ଅଧିକାର ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଜଷ୍ଟିସ ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଦୌରା ଜଜ ଶରତ ଚନ୍ଦ୍ର ମିଶ୍ର ଯୋଗ ଦେବା ସହ ଦଶପଲ୍ଲା ଓକିଲ ସଙ୍ଘ ର ସଭାପତି ସୁଶାନ୍ତ କୁମାର ପାତ୍ର, ସମ୍ପାଦକ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ଜଜ ଆନନ୍ଦ ଚନ୍ଦ୍ର ମହାରଣା ଉପସ୍ଥିତ ଥିଲେ। ସମ୍ପାଦକ ଅତିଥି ମାନଙ୍କ ପରିଚୟ କରାଇଥିଲେ। ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରାଯାଇଥିଲା। ସମ୍ବିଧାନ ପ୍ରଣେତା ଡ. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରେ ଦ୍ବୀପ ପ୍ରଜ୍ଜଳନ ଓ ଧୂପ ପୁଷ୍ପ ଅତିଥି ମାନଙ୍କ ଦ୍ୱାରା କରାଯାଇଥିଲା। ଏ ଅବସରରେ ଜନସାଧାରଣ ଙ୍କୁ ନିଜର ଅଧିକାର, ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ନିମିତ୍ତ ଆଇନ ର ସଚେତନତା ପୂର୍ବକ ଅତିଥି ମାନେ ନିଜ ନିଜ ର ଉକ୍ତି ରଖିଥିଲେ। ଏଥିସହିତ ବରିଷ୍ଠ ଓକିଲ ଗୌରଚନ୍ଦ୍ର ମିଶ୍ର, ମନୋରଞ୍ଜନ ମିଶ୍ର, ଆଲୋକ ସେନାପତି, ମାନସ କୁମାର ମହାକୁଡ଼, ପ୍ରମୋଦ କୁମାର ସାହୁ, କୃଷ୍ଣଚନ୍ଦ୍ର ଦାଶ ଙ୍କ ସହଯୋଗ ରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।