କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ବାଲିଆ ମେଡ଼ିକାଲରେ ଗୋପୀନାଥ ଜୀଉ ସେବା ସମିତି ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏଥିରେ ଡାକ୍ତର ଖଗେଶ୍ବର ନାୟକ ଉଦ୍ଘାଟନ କରି ରକ୍ତ ସଂଗ୍ରହ କରିଥିଲେ। କେନ୍ଦ୍ରାପଡା ମେଡ଼ିକାଲରେ ରକ୍ତ ଅଭାଵକୁ ଦୁଷ୍ଟିରେ ରଖି ସମିତି ର କର୍ମକର୍ତ୍ତା ଏ ପଦକ୍ଷେପ ନେଇଥିଲେ। ରାକେଶ ସାହୁ, ହୃଶୀକେଶ ସାହୁ, ଉପେନ୍ଦ୍ର ଦାସ, ସୁଧାଂଶୁ ସ୍ୱାଇଁ, ଖିତିଶ୍ରୀ ଭଦ୍ର, ଜ୍ଞାନରଞ୍ଜନ, ଦେବପ୍ରକାସ ସାହୁ, ଚନ୍ଦ୍ରକାନ୍ତ ସାହୁ, ତପନ ମୁଦୁଲି, ବାପୁଜୀ ଦାସ, ଦିଲୀପ ସାହୁ, କୈଳାଶ ସାହୁ, ସୁରେଶ ସାହୁ, ଅନିଲ ଜେନା, ବୈଲ ଚରଣ ମହାନ୍ତି, ପ୍ରଶାନ୍ତ ସେଠୀ, ସଞ୍ଜୀବ ସ୍ଵାଇ, ମାନସ ଦାସ, ଗଜେନ୍ଦ୍ର ପରିଡା, ଚିତ୍ତରଞ୍ଜନ ବେଜ୍, ଦୀପକ ସାହୁ, ବରେନ୍ଦ୍ର ବରାଳ, ମାନସ ମିଶ୍ର, ମନଜ ରଣା, ଶକ୍ତିଶ୍ରୀ ଲେଙ୍କା ପ୍ରଶାନ୍ତ ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ।