ଚଳିତ ବଜେଟ ଆପଣଙ୍କ ମ୍ୟୁଚୁଆଲ ଫଣ୍ଡ ଉପରେ କି ପ୍ରଭାବ ପକାଇବ?

0

ଚଳିତ ବଜେଟର ଘୋଷଣା ପରେ ମ୍ୟୁଚୁଅ ଫଣ୍ଡରେ ହୋଇଥିବା ପରିବର୍ତ୍ତନକୁ ନେଇ ଏଡଲଭାଇସ ଏମଡି ତଥା ସିଇଓ ରାଧିକା ଗୁପ୍ତା ଅନେକ ଖୁଲାସା କରିଛନ୍ତି । ସେ କହିଛନ୍ତି କି, ବଜେଟ ପୂର୍ବ ମ୍ୟୁଚୁଆଲ ଫଣ୍ଡରେ ଅଲଗା ଅଲଗା ଟ୍ୟାକ୍ସ କାଟାଗୋରୀ ଥିଲ।। କାରଣ କିଛି ମ୍ୟୁଚୁଆଲ ଫଣ୍ଡ ଉପରେ ଦୀର୍ଘ ବା କ୍ଷୁଦ୍ରକାଳୀନ ଟ୍ୟାକ୍ସ ଲଗାଯାଉଥିଲା । କିଛିରେ ମାର୍ଜିନ ରେଟ ଲଗା ଯାଉଥିଲା । ଆଉ କିଛି ଫଣ୍ଡରେ ଇଣ୍ଡେକ୍ସେସନ ବି ଲାଗୁ ହେଉଥିଲା । କିନ୍ତୁ ଏହି ବଜେଟରେ ଇଣ୍ଡେକ୍ସେସନକୁ ବନ୍ଦ କରି ସବୁକୁ ସରଳ କରି ଦିଆଯାଇଛି । ଏବେ ମ୍ୟୁଚୁଆଲ ଫଣ୍ଡରେ ୩ଟି ଶ୍ରେଣୀ ହୋଇଛି ଓ ଏଥିରେ ଅଲଗା ଅଲଗା ଉପାୟରେ ଟ୍ୟାକ୍ସ ଲାଗୁ ହେବା
ପ୍ରଥମ କ୍ୟାଟେଗୋରୀରେ ଏମିତି ଇକ୍ୱିଟି ଓ ମ୍ୟୁଚୁଆଲ ଫଣ୍ଡ ଅଛି, ଯେଉଁଥିରେ ଇକ୍ୱିଟି ୬୫% ରୁ ଅଧିକ ରହିଛି । ଏଥିରେ ପୁଞ୍ଜିଗତ ସମ୍ପତ୍ତି ରୂପେ ଟ୍ୟାକ୍ସ ଲାଗୁ କରାଯାଏ । ସର୍ଟ ଟର୍ମରେ ୨୦ ଓ ଲଙ୍ଗ ଟର୍ମରେ ୧୨ ପ୍ରତିଶତ ରହିବା ଏକ ବର୍ଷରୁ ଅଧିକ ସମୟ ରଖୁଥିବା ଏସେଟକୁ ଲଙ୍ଗ ଟର୍ମ ଭାବେ ପରିଗଣିତ କରାଯିବ । ଦ୍ୱିତୀୟ କାଟେଗୋରୀରେ ଏମିତି ଫଣ୍ଡ ରହିବ,ଯାହା ୬୫%ରୁ ଅଧିକ ନିବେଶ ଡେଟ ସିକ୍ୟୁରିଟିଜରେ ଆସିଥାଏ । ଏଥିରେ ମାର୍ଜିନାଲ ରେଟରେ ଟାକ୍ସ ଲଗାଯାଏ । ତୃତୀୟ ଶ୍ରେଣୀ ହେଉଛି, ସୁନା, ଇଣ୍ଡେକ୍ସ ଫଣ୍ଡ, ଗୋଲ୍ଡ ଇଟିଏଫ, ଇକ୍ୱିଟି ବା ଅନ୍ତରାଷ୍ଟ୍ରୀୟ ଫଣ୍ଡରେ ନିବେଶ ହେଉଥିବା ଅର୍ଥ ।
ରାଧିକା କହିଛନ୍ତି କି, ଦ୍ୱିତୀୟ କ୍ୟାଟେଗୋରୀ ଗତ ବର୍ଷ ପରି ଅପରିବର୍ତ୍ତିତ ରହିଛିା କିନ୍ତୁ ତୃତୀୟ ଶ୍ରେଣୀରେ ବଡ ପରିବର୍ତ୍ତନ କରାଯାଇଛି । ଯଦି ଆପଣ ଲଙ୍ଗ ଟର୍ମ ଇନଭେଷ୍ଟର ତେବେ ଏବେ ତା ଉପରେ ମାର୍ଜିନ ରେଟରେ ଟାକ୍ସ ଲାଗିବ ନାହିଁ । ତା ଉପରେ ୧୨.୫% ଟାକ୍ସ ଦେବାକୁ ହେବ । ସର୍ଟ ଟର୍ମ ନିବେଶ ଉପରେ କୌଣସି ପରିବର୍ତ୍ତନ କରାଯାଇନାହିଁ ଚଳିତ ବଜେଟରେ ।