ଶୀତୁଆ ସନ୍ଧ୍ୟାରେ ଘରେ ଭେଜକଟଲେଟ ବନାଇ ମଜା ନିଅନ୍ତୁ …

0

(ମମତା ସାମଲ): ଛୋଟରୁ ବଡ ସମସ୍ତେ ଶୀତୁଆ ସନ୍ଧ୍ୟାରେ ଚା’ସହ କିଛି ସ୍ୱାଦିଷ୍ଟ ସ୍ନାକ୍ସ ଖାଇବାକୁ ପସନ୍ଦ କରନ୍ତି । ଶୀତୁଆ ସନ୍ଧ୍ୟାରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଟେଷ୍ଟି ଭେଜ କଟଲେଟ । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଭେଜ କଟଲେଟ …
ଆବଶ୍ୟକୀୟ ସାମଗ୍ରୀ :
ଗୋଟେ ବଡ ଚାମଚ ଭେଜିଟେବଲ ତେଲ
ଅଧାକପ କଟା ଯାଇଥିବା ପିଆଜ
ଗୋଟେ ଚାମଚ ଅଦା
ଅଧା କପ ଗାଜର
ବିନ୍ସ
ଅଧା କପ କର୍ଣ୍ଣ
କଟା କଞ୍ଚା ଲଙ୍କା
୨ଚାମଚ ଚାଟ ମସଲା
ଅଧା ଚମଚ ଗରମ ମସଲା
ଅଧା ଚାମଚ ଗୋଲମରିଚ ଗୁଣ୍ଡ
ଅଧା କପ ପନିର
ଗୋଟେ କପ ସିଝା ଆଳୁ
ସ୍ୱାଦ ଅନୁସାରେ ଲୁଣ
ଧନିଆ ପତ୍ର
ପୋଦିନା ପତ୍ର
ଗୋଟେ ଚାମଚ ଲେମ୍ବୁରସ
ଗୋଟେ କପ ବ୍ରେଡ ପାଉଡର
ପ୍ରସ୍ତୁତ ପ୍ରଣାଳୀ: ପ୍ୟାନରେ କିଛି ତେଲ ଗରମ କରନ୍ତୁ । ସେଥିରେ ପିଆଜ, ଅଦା ପେଷ୍ଟକୁ ପକାଇ ୨ରୁ୩ ମିନିଟ ଭଲ ଭାବେ ଘାଣ୍ଟନ୍ତୁ । ମସଲା କଷି ହୋଇଗଲା ପରେ ସେଥିରେ ଗାଜର,କୋବି,ମକା,ମଟର,କଞ୍ଚା ଲଙ୍କା ଆଦି ଦେଇ ୫ ମିନିଟ ପର୍ଯ୍ୟନ୍ତ ଗ୍ୟାସ ବସାନ୍ତୁ । ଏବେ ଏଥିରେ ଲୁଣ,ଚାଟ ମସଲା,ଗରମ ମସଲା,ଗୋଲମରିଚ ଗୁଣ୍ଡ ଆଦି ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଥଣ୍ଡା ହେବା ପରେ ସେଥିରେ ପନିର,ଆଳୁ, ଧନୀୟା,ଲେମ୍ବୁ,ପୋଦିନା, ବ୍ରେଡ କମ୍ବ ପାଉଡର ଆଦି ଦେଇ ଭଲ ଭାବରେ ମିଶାଇ ଦିଅନ୍ତୁ । ଏବେ ଅନ୍ୟ ଏକ ମାତ୍ରାରେ ଅଟା,ଲୁଣ,ଗୋଲମରିଚ ଗୁଣ୍ଡ ଆଦି ଦେଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ । ଏବେ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରି ଅଟା ଘୋଳରେ ବୁଡାଇ ଛାଣନ୍ତୁ ।