(ରିପୋର୍ଟସଟୁଡେ): ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ମାଲପୁଆ ।
ଆବଶ୍ୟକୀୟ ସାମଗ୍ରୀ: ୨୦୦ ଗ୍ରାମ ଅଟା,୧୦୦ ଗ୍ରାମ କ୍ଷୀର,୧୦୦ଗ୍ରାମ ଚିନି,୪ଟି-ସ୍ପୁନ ଦେଶୀ ଘିଅ ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଗୋଟିଏ ମାତ୍ରାରେ କ୍ଷୀର ଏବଂ ଚିନି ପକାନ୍ତୁ । ଚିନି କ୍ଷୀରରେ ମିଶିଯିବା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଏହାପରେ ସେଥିରେ ଧୀରେ ଧୀରେ ଅଟା ମିଶାନ୍ତୁ ଏବଂ ମିଶ୍ରଣକୁ ଘାଣ୍ଟୁଥାନ୍ତୁ । ଯେପରି ମିଶ୍ରଣରେ କୌଣସି ବିଣ୍ଡା ରହିନଯାଉ । ଯେତେ ଫେଣ୍ଟିବେ ମିଶ୍ରଣ ସେତେ ଭଲ ହେବ । ଏବେ ପ୍ୟାନରେ ରିଫାଇନ ତେଲ ପକାଇ ଗରମ କରନ୍ତୁ । ତେଲ ଗରମ ହେଇଗଲା ପରେ ଗୋଟିଏ ବଡ ଚାମଚରେ ମିଶ୍ରଣ ନେଇ ମାଲପୁଆ ଆକାର ଦେଇ ସିଧା ଗରମ ତେଲରେ ପକାନ୍ତୁ ଓ ଚାରି କଡରୁ ତେଲ ଚହଲାଇ ଛାଣନ୍ତୁ । ମାଲପୁଆ ଦୁଇ ପଟରୁ ବ୍ରାଉନ ହୋଇଯିବା ପରେ ଏହାକୁ ଛାଣି ପ୍ଲେଟରେ ରଖନ୍ତୁ । ଆପଣ ଏଥିରେ ରାବିଡି ଢାଳି ଖାଇଲେ ଖୁବ ସୁଆଦିଆ ଲାଗିବ ।