ଘରେ ଦୁର୍ଗନ୍ଧ ପାଇଁ ରହିହେଉନି କି..?

(ସୌମ୍ୟ ରଂଜନ ସେଠୀ) : ବର୍ଷା ଦିନ ଆସିଗଲାଣି ଆଉ ଘର ଚିନ୍ତା ମଧ୍ୟ ଖୁବ ବଢି ଯାଇଥିବ । ଘର କଥା ମାନେ ଘରର ପରିଷ୍କାର ଓ ପରିଛନତା ଚିନ୍ତା । ଯୁଆଡେ ଯିବେ ପାଣି କାଦୁଅ ପଚର ପଚର । ବର୍ଷାରେ ଭିଜି ଘରକୁ ଆସିଲା ପରେ ଘର ସାରା ହୋଇଯାଏ କାଦୁଅ ଆଉ ସବୁଠୁ ଚିନ୍ତାର ବିଷୟ ଘରୁ ବାହାରି ଥାଏ ଦୁର୍ଗନ୍ଧ । ଏପରି ସ୍ଥିତିରେ ଘରେ ରହିବାକୁ ଇଛା ହୋଇ ନଥାଏ ।

ତାହାଲେ ଆସନ୍ତୁ ଜାଣିବା ଦୁର୍ଗନ୍ଧକୁ କିପରି ଦୂର କରିପାରିବା ..

୧. ବର୍ଷା ଦିନରେ ଲୁଗାପଟା ଭଲ ଭାବେ ଶୁଖି ନଥାଏ। ଫଳରେ ଲୁଗାପଟାରୁ ଗନ୍ଧ ବାହାରିଥାଏ। ଏକ ପାତ୍ରରେ କିଛି କଫି ନେଇ ଆଲମିରାରେ ରଖି ଦିଅନ୍ତୁ। ଦେଖିବେ ଦୁର୍ଗନ୍ଧ ପଳାଇବ।

୨. ଲେମନ୍‌ ଗ୍ରାସ୍ କିମ୍ବା ଲାଭେଣ୍ଡର ତେଲକୁ ପାଣିରେ ମିଶାଇ ରୁମ୍‌ ଫ୍ରେସନର୍ ଭାବେ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ଦୂରେଇଯିବ।

୩. ସୂର୍ୟ୍ୟକିରଣ ପଡୁ ନଥିବା ସ୍ଥାନରୁ ଅଧିକ ଦୁର୍ଗନ୍ଧ ଆସିଥାଏ। ଏହାକୁ ଦୂର କରିବା ପାଇଁ ହାଇଡ୍ରୋଜେନ୍‌ ପେରକ୍‌ସାଇଡ୍‌କୁ ପାଣିରେ ମିଶାଇ ଏକ ସ୍ପ୍ରେ ବୋତଲରେ ଭରିଦିଅନ୍ତୁ ଓ ଘରର ସେହି ସବୁ ସ୍ଥାନରେ ପକାନ୍ତୁ। ଦେଖିବେ କିଛି ସମୟ ଭିତରେ ଦୁର୍ଗନ୍ଧ ଦୂରେଇ ଯିବ।

୪. ଦୁର୍ଗନ୍ଧ ଦୂର କରିବାରେ ଭିନେଗାର ଓ ବେକିଂ ସୋଢ଼ା ମଧ୍ୟ ଭଲ କାମ ଦେଇଥାଏ। ଭିନେଗାରକୁ ସ୍ପ୍ରେ ବୋତଲରେ ଭର୍ତ୍ତି କରି ରୁମ୍‌ ଫ୍ରେସ୍‌ନର ଭାବେ ବ୍ୟବହାର କରିପାରିବେ।

୫. ଯଦି ଆପଣ ବଜାରରେ ମିଳୁଥିବା ଆର୍ଟିଫିସିଆଲ୍‌ ରୁମ୍‌ ଫ୍ରେସନର ବ୍ୟବହାର କରୁଛନ୍ତି ତେବେ ଥରେ କର୍ପୂର ମଧ୍ୟ ବ୍ୟବହାର କରି ଦେଖନ୍ତୁ। ଏହା ଘରେ ଏକ ପ୍ରକାରର ସୁଗନ୍ଧ ଭରିଦେଇଥାଏ। ଘରର ଏକ କୋଣରେ ଖୋଲା ଜାଗାରେ ଦୀପରେ କର୍ପୂର ଜାଳନ୍ତୁ। ଦେଖିବେ କିଛି ସମୟ ଭିତରେ କର୍ପୂର କେମିତି ପୂରା ଘରେ ସୁଗନ୍ଧ ଭରିଦେବ।