(ଜୟନ୍ତ କୁମାର ସେଠୀ): ପୁରୀ ପେଣ୍ଠକଟା ସ୍ଥିତ ଗୁଡ଼ ନ୍ୟୁଜ ଆଶ୍ରୟ ଗୃହ ରେ ରହୁଥିବା ୩୧ ଅନ୍ତେବାସୀଙ୍କୁ ଆଜି ତାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରିଛି ପ୍ରଶାସନ । ବାକି ୫୦ ଅନ୍ତେବାସୀ କାଲି ଉଡଉରେ ହାଜର ହେବା ପରେ ସେମାନଙ୍କ ଅଭିଭାବକ ଙ୍କୁ ହସ୍ତାନ୍ତର କରାଯିବ। ତେବେ ଶୁକ୍ରବାର ଠାରୁ ସମ୍ପୂର୍ଣ୍ଣ ଭାବେ ସିଲ୍ ହେବ ଏହି ଆଶ୍ରୟ ଗୃହ । ହଷ୍ଟେଲ ଚଳାଇ ବାର ଅନୁମତି ନ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଏଠାରେ ହଷ୍ଟେଲ ଚଳା ଯାଉଥିଲା ମଙ୍ଗମ ତାହାର ଜବାବ ତଲବ କରିଛି। ଜବାବ ତଲବ ପରେ ପ୍ରଶାସନ ପରବର୍ତ୍ତୀ କାର୍ୟ୍ୟନୁଷ୍ଠାନ ନେବ। ଢେଙ୍କାନାଳ ରେ ଥିବା ଗୁଡ଼ ନ୍ୟୁଜ ଇଣ୍ଡିଆ ସେଲଟର ହୋମ ରେ ଯୌନ ନିର୍ୟ୍ୟାତନା ଘଟଣା ନଜର ଆସିବା ପରେ ରାଜ୍ୟ ସରକାର ଙ୍କ ନିର୍ଦେସ କ୍ରମେ ବିଭିନ୍ନ ଜିଲାରେ ଥିବା ଉକ୍ତ ସଂସ୍ଥାର ସେଲଟର ହୋମ ଗୁଡିକୁ ସିଲ କରାଯାଇ ଛି ।