ଯୁବତୀ ବନ୍ଧୁଙ୍କ ସହ ରୋମାଣ୍ଟିକ ମୁଡରେ ରାପର ହନି ସିଂ

ମୁମ୍ବାଇ : ଚର୍ଚ୍ଚିତ ରାପର ହନି ସିଂ ନିଜର ଫଟୋ ପାଇଁ ଏବେ ଖୁବ ଚର୍ଚ୍ଚାରେ । ପତ୍ନୀ ସାଲିନୀ ତଲୱାରଙ୍କ ସହ ବିଚ୍ଛେଦ ପରେ ଏବେ ଯୁବତୀ ବନ୍ଧୁ ଟିନା ଥାଡାନୀଙ୍କ ସହ ବନ୍ଧୁତା ଏବେ ଚର୍ଚ୍ଚା ସାଉଁଟିଛି । ଦୁଇ ଜଣଙ୍କ କିଛି ରୋମାଣ୍ଟିକ ଫଟୋ ସେସିଆଲ ମିଡିଆରେ ଭାଇରାଲ ହେଇଛି । ଏହି ଫଟୋକୁ ହନି ସିଂ ନିଜେ ସେୟାର କରିଥିବା ଦେଖିବାକୁ ମିଳିଛି । ତେବେ ଶୁଣିବାକୁ ମିଳୁଛି ପତ୍ନୀଙ୍କ ସହ ବିଚ୍ଛେଦ ପରେ ହନି ଓ ଟିନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଛି । ତେବେ ଏହା ପରଠୁ ପରସ୍ପରଙ୍କୁ ଅନେକ ସମୟ ଏକାଠି ଦେଖିବାକୁ ମିଳୁଛି ।

 

ଫଟୋଟି ସେୟାର କରିବାର କିଛି ସମୟ ମଧ୍ୟରେ ଫ୍ୟାନ୍ସ ମହଲରେ ଉତ୍ସାହ ଦେଖିବାକୁ ମିଳୁଛି । ଫଟୋରେ ଟିନ ହନଙ୍କୁ ଚୁମ୍ବନ କରିଥିବା ନଜର ଆସିଛି । ଏହା ସହ ହନି ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ହନି ଟୀନାଙ୍କ ପାଇଁ ଫିଲ୍ମ ଗଙ୍ଗୁବାଇର ଏକ ଫେମସ ଗୀତ ମେରି ଜାନ.. ମେରି ଜାନ ଗୀତକୁ ଗାଇଥିବା ଦେଖିବାକୁ ମିଳିଛି । ମ୍ୟାଚିଙ୍ଗ ବ୍ଲାକ ସାର୍ଟରେ ଦୁହେଁଙ୍କ ରୋମାଣ୍ଟିକ ଫଟୋକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । ଫଟୋଟିକୁ ସେୟାର କରି ହନି କ୍ୟାପସନରେ ନିଜ ଫ୍ୟାନ୍ସ ମାନଙ୍କୁ ହାପି ନିଉ ଈୟର ୱିସ କରିବା ସହ ଆହୁରି ମଧ୍ୟ ଲେଖିଛନ୍ତି ବର୍ଷଟି ପ୍ରେମ କରିବାର ନା କି ବିରୋଧ କରିବାର ।