ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ମାମଲାରେ ରାୟ ସଂରକ୍ଷିତ ରଖିଲେ ମାନ୍ୟବର ହାଇକୋର୍ଟ

କଟକ-: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଆଗୁଆ ଜାମିନ୍ ମାମଲାରେ ମାନ୍ୟବର ହାଇକୋର୍ଟ ରାୟ ପ୍ରକାଶ କରିଛନ୍ତି । ମାନ୍ୟବର ବିଚାରପତି ଜଷ୍ଟିସ୍ ଭି. ନରସିଂହ ରାୟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ସିବିଆଇ ତଦନ୍ତକୁ ବିରୋଧ କରି ହୋଇଥିବା ଆବେଦନ ଖାରଜ ହେବା ପରେ ସମ୍ଭାବ୍ୟ ଗିରଫଦାରୀକୁ ଏଡ଼ାଇବା ଲାଗି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିବା ସହିତ ଅନ୍ତରୀଣ ସୁରକ୍ଷା ବଳବତ୍ତର ରଖିଛନ୍ତି ।

ସୂଚନା ଅନୁସାରେ, ଏକ ବିଲ୍‌ ପାସ୍‌ ପାଇଁ ୧୦ ଲକ୍ଷ ଲାଞ୍ଚ କାରବାର ଅଭିଯୋଗରେ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ ଲିମିଟେଡ୍‌ର ଜେନେରାଲ ମ୍ୟାନେଜର୍‌ ଚଞ୍ଚଳ ମୁଖାର୍ଜୀ, ସନ୍ତୋଷ ମହାରଣା ଏବଂ ଅନ୍ୟମାନଙ୍କ ନାମରେ ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇଛି । ଏହି ଲିଙ୍କ୍‌ରେ ବିଷ୍ଣୁପଦ ସେଠୀଙ୍କ ଘରେ ଚଢ଼ାଉ କରାଯିବା ସହ ବିଭିନ୍ନ ରେକର୍ଡ ପତ୍ର ଯାଞ୍ଚ କରାଯାଇଥିଲା । ବିଷ୍ଣୁପଦ ସେଠୀ ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଥିବା ସମସ୍ତ ଆକାଉଣ୍ଟକୁ ଅଚଳ କରି ଦିଆଯାଇଥିଲା ସିବିଆଇ । ସିବିଆଇ ରେଡ୍‌କୁ ବିରୋଧ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ।