ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ-: ପୁଞ୍ଚରେ ପାକିସ୍ତାନ ଉପରେ ଗର୍ଜିଲେ ଗୃହମନ୍ତ୍ରୀ ଅମିତ ଶାହ । ଅପରେସନ ସିନ୍ଦୁର ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଭାରତ କୌଣସି ପ୍ରକାର ଆକ୍ରମଣକୁ ବରଦାସ୍ତ କରିବନି । ପାକିସ୍ତାନ ସାଧାରଣ ନାଗରିକଙ୍କ ଘର, ମନ୍ଦିରକୁ ଟାର୍ଗେଟ କରିଥିଲା । ଆମେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ମୁଖ୍ୟାଳୟକୁ ଧ୍ୱସଂ କଲୁ । ଜମ୍ମୁ କାଶ୍ମୀରର ବିକାଶ ଥମିବନି, ପୂର୍ବଭଳି ବିକାଶ ଜାରି ରହିବ ।

ପୁଞ୍ଚର ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରି ଅମିତ ଶାହ କହିଛନ୍ତି ଯେ ଜମ୍ମୁ ଏବଂ କାଶ୍ମୀର ସରକାର ମୃତ ନାଗରିକଙ୍କ ପରିବାରକୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି । ତଥାପି, କ୍ଷତିପୂରଣ ଏବଂ ସରକାରୀ ଚାକିରି ସେମାନଙ୍କ ଜୀବନରେ ହୋଇଥିବା କ୍ଷତିର ମୂଲ୍ୟ ଦେଇପାରିବ ନାହିଁ ।