ନୂଆଦିଲ୍ଲୀ: ସାଇନ୍ସ ଆଡଭାନ୍ସ ନାମକ ଏକ ମାଗାଜିନ୍ରେ ଆମ ବିଶ୍ୱ ବ୍ରହ୍ମାଣ୍ଡକୁ ନେଇ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଏକ ନୂତନ ଅନୁସନ୍ଧାନକୁ ନେଇ ଏହି ଆଲେଖ୍ୟ ପ୍ରକାଶ ପାଇଛି । ଏହା ଅନୁଯାୟୀ, ପ୍ରାୟ ୬.୬୦ କୋଟି ବର୍ଷ ପୂର୍ବେ ଏକ ବଡ ଉଲକାପିଣ୍ଡ ପୃଥିବୀ ସହ ଧକ୍କା ହୋଇଥିଲା । ଫଳରେ ପୃଥିବୀରେ ବାସ କରୁଥିବା ୭୫ ପ୍ରତିଶତ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏକ ହଜାର ବର୍ଷ ପର୍ଯ୍ୟନ୍ତ ଆକାଶ ଧୂଆଁରେ ଆଚ୍ଛାଦିତ ରହିଥିଲା, ଯେଉଁଥିପାଇଁ ପୃଥିବୀ ପୃଷ୍ଠକୁ ସୂର୍ଯ୍ୟକିରଣ ପଡୁନଥିଲା ।
ଏହା ପୂର୍ବରୁ ମଧ୍ୟ ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ପ୍ରାୟ ୩୬ କୋଟି ବର୍ଷ ପୂର୍ବେ ଓଜୋନ ସ୍ତରରେ ଛିଦ୍ର ସୃଷ୍ଟି ହେବାରୁ ପୃଥିବୀରେ ଥିବା ଉଦ୍ଭିଦ ଏବଂ ସାମୁଦ୍ରିକ ଜୀବ ମରିଯାଇଥିଲେ। ପୃଥିବୀର ଅନେକ ସ୍ଥାନରେ କେବଳ ନିଆଁ ହିଁ ନିଆଁ ଥିଲା । ଏହି ସମୟରେ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଥିଲା । ବୈଜ୍ଞାନିକମାନେ କେତେକ ପ୍ରାଚୀନ ପଥରର ଛିଦ୍ରରେ ଅତ୍ୟନ୍ତ ଶୁକ୍ଷ୍ମ ଉଦ୍ଭିଦ ପାଇବା ପରେ ଏହି ଅନୁସନ୍ଧାନ କରିଥିଲେ । ବୈଜ୍ଞାନିକମାନେ ନଷ୍ଟ ହୋଇଥିବା ଉଦ୍ଭିଦଗୁଡିକର ଡିଏନଏ ପରୀକ୍ଷା କରି ସୂର୍ୟ୍ୟଙ୍କ ଅତିବାଇଗଣୀ ରଶ୍ମୀ ଯୋଗୁଁ ସେଗୁଡିକ ପୋଡି ନଷ୍ଟ ହୋଇଥିବାର ଜାଣିବାକୁ ପାଇଥିଲେ । ଏହାପରେ ବୈଜ୍ଞାନିକମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । କାରଣ ସୂର୍ୟ୍ୟଙ୍କ କ୍ଷତିକାରକ ରଶ୍ମୀରୁ ଆମକୁ ରକ୍ଷା କରୁଥିବା ଓଜୋନ୍ ସ୍ତରରେ ଏତେ ବଡ ଦୁର୍ଘଟଣା ଘଟିସାରିଛି ।
ପରବର୍ତ୍ତୀ ସମୟରେ ପୃଥିବୀର ବାୟୁମଣ୍ଡଳ ଅତ୍ୟଧିକ ଉତପ୍ତ ହେବା ପରେ ବରଫ ଯୁଗ ଅର୍ଥାତ୍ ହିମ ଯୁଗର ଆରମ୍ଭ ହେଲା । ଯେଉଁଥିପାଇଁ ବିଶ୍ବରେ ଜୀବନ ପୁଣି ଆରମ୍ଭ ହେବାକୁ ଲାଗିଲା । ଗରମ ପୃଥିବୀ ଧୀରେ ଧୀରେ ଥଣ୍ଡା ହେବାକୁ ଲାଗିଲା। ବର୍ତ୍ତମାନ ବୈଜ୍ଞାନିକମାନେ ପୁଣି ଏକ ଦୁର୍ଘଟଣାର ଆଶଙ୍କା ବା ଓଜନ ସ୍ତରରେ ଛିଦ୍ରର ଆଶଙ୍କା କରିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପୃଥିବୀକୁ ଶୀତଳ ରଖିବାକୁ ବୈଜ୍ଞାନିକ ବୃକ୍ଷ ରୋପଣ, ପରମାଣୁ ପରୀକ୍ଷଣ, କଳକାରଖାନାରୁ ନିର୍ଗତ ଗ୍ୟାସ ଓ ଆବର୍ଜନାର ସୁପରିଚାଳନା ଉପରେ ଗୁରୁତ୍ୱ ଦେଉଛନ୍ତି ।