ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆମ ପ୍ରତିଭା ଆମ ସ୍ୱାଭିମାନ ସଂଗଠନ ତରଫରୁ ମେଧାବୀ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉତ୍ସବ-୨୦୨୨ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଲୋକବତ୍ସଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଯୋଗ ଦେଇଥିଲେ । ଅନୁଗୁଳ ପୌରପାଳିକା ଓ ଅନୁଗୁଳ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ରୁ ଏ୧ ଗ୍ରେଡ଼ରେ ସଫଳତା ପାଇଥିବା ୮୬ ଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯିବା ସହିତ ପୁରଷ୍କୃତ କରାଯାଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ସମ୍ମାନିତ ଅତିଥୀ ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀମତୀ ବବିତା ପ୍ରଧାନ, ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ସାଂସଦଙ୍କ ଜିଲ୍ଲା ପ୍ରତିନିଧୀ (ଯୁବ ଓ ଛାତ୍ର ବ୍ୟାପାର) ଦିନେଶ ପ୍ରଧାନ ପ୍ରଭୁତି ଉପସ୍ଥିତ ରହି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନ କରିବା ସହିତ ଶୁଭେଛା ଜଣାଇଥିଲେ ।