ଓଡିଶା : ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ ୨୦୨୩ । ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମ ଠାରେ ଅପରାହ୍ନ ୨ଘଟିକା ସମୟରେ ହେବ ଉଦଘାଟନୀ ମହୋତ୍ସବ । ବାରବାଟୀ ମଇଦାନରେ ବାଜିବ ହକି ବିଗୁଲ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସାରା ବିଶ୍ୱ ଦେଖିବ ହକି ମହାସମର । ଏନେଇ ପ୍ରସ୍ତୁତୁ ଶେଷ ପର୍ଯ୍ୟାୟରେ । ଏଥିରେ ମୁଖ୍ୟ ଆକର୍ଷଣ ପାଲଟିବେ ଷ୍ଟାର ଆଇକନ । ଉଦଘାଟନୀ ଉତ୍ସବରେ ସାମଲି ହେବେ ରଣବୀର ସିଂ ଓ ଦିଶା ପଠାନୀ । କଳାକାର ମାନଙ୍କ ସହ ଶତାଧିକ ନୃତ୍ୟାଙ୍ଗନା ଏନେଇ ଅଭ୍ୟାସ ଜାରି ରଖିଛନ୍ତି । ଏହଉା ସହ ପ୍ରୀତମଙ୍କ ଗୀତରେ ଝୁମିବେ ଦର୍ଶକ ।
ତେବେ ଦିନ ୨ଟା ପରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ବୋଲି କଲେକ୍ଟର ଭବାନୀ ଶଙ୍କର ଚୌଧୁରୀ ମତ ଦେଇଛନ୍ତି । ଉଦଘାଟନୀ ଉତ୍ସବରେ ୩୦ ହଜାର ଦର୍ଶକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଅତ୍ୟାଧୁନିକ ବିଶାଳ ମଂଚ କରାଯାଇଛି । ହକି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଷ୍ଟାଡିୟମ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟୁନ ପୁଲିସ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବାପାଇଁ ୪୦ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ , ୫୫ଜଣ ଇନସପେକ୍ଟର ସ୍ତରୀୟ ଅଧିକାରୀ ୩୦୦ ଜଣ ଏସଆଇଙ୍କ ସହିତ ୩୦୦ରୁ ଅଧିକ କନେଷ୍ଟବଳ ନିୟୋଜିତ ହେବେ ।ତା ସହିତ ୫ଶହରୁ ଅଧିକ ହୋମଗାର୍ଡଙ୍କୁ ନିଯୁକ୍ତ କରାଯାଇଛି । ସେହିଭଳି ଉଦଘାଟନୀ ଉତ୍ସବ ପାଇଁ ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରଖାଯିବ । ଦ୍ୱିତୀୟ ସ୍ତରରେ ସୁରକ୍ଷା ବଳୟ ବିଭିନ୍ନ ଗେଟର ଭିତରପଟ ଓ ଗ୍ୟାଲେରୀ ରହିବ । ସମ୍ପୁର୍ଣ୍ଣ ବ୍ୟବସ୍ଥାକୁ ତଦାରଖ କରିବାକୁ କଣ୍ଟ୍ରୋଲ ରୁମ କରାଯାଇଛି । ସେପଟେ ଟ୍ରାଫିକ ପରିଚାଳନା ପାଇଁ ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।