ହକି ବିଶ୍ୱକପ: ମୁଖ୍ୟମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ମାସ 15 ତାରିଖରେ ଆରମ୍ଭ ହେବ ହକି ବିଶ୍ୱକପ 2022 । ଏ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା 22 ତାରିଖ ଅପରାହ୍ନ 5 ତାରିଖରେ ଲୋକସେବା କନଭେନ୍ସନ ହଲରେ ବସିବ ଏହି ବୈଠକ । ବୈଠକରେ ହକି ବିଶ୍ୱକପ ଆୟୋଜନ ବାବଦରେ ରାଜନୈତିକ ଦଳମାନଙ୍କୁ ସୂଚନା ଦେବେ ମୁଖ୍ୟମନ୍ତ୍ରୀ ।ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା ହାତକୁ ନେଇଛନ୍ତି । ବିଭିନ୍ନ ପ୍ରସ୍ତୁତିକୁ ନେଇ ରାଜ୍ୟର ବିଭିନ୍ନ ରାଜନୈତିକ ଦଳକୁ ଅବଗତ କରିବେ ସରକାର । ଏ ନେଇ ସର୍ବଦଳୀୟ ବୈଠକ ଡାକିଛିନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ରାଜନୈତିକ ଦଳ ମାନଙ୍କୁ ବୈଠକରେ ସାମିଲ ହେବାକୁ ଆମନ୍ତ୍ରଣ କରାଯାଇଛି । ଆସନ୍ତା 22 ତାରିଖରେ ବସିବ ହକି ବିଶ୍ୱକପ ନେଇ ସର୍ବଦଳୀୟ ବୈଠକ ।

2018 ହକି ବିଶ୍ୱକପର ସଫଳତା ପରେ ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟଥର ପାଇଁ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି । 2023 ଜାନୁଆରୀ 13ରୁ 29 ଯାଏଁ ବିଶ୍ୱକପ ଚାଲିବ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । 2018 ତୁଳନାରେ 2023 ବିଶ୍ୱକପକୁ ଅଧିକ ଗ୍ରାଣ୍ଡ କରିବାକୁ ଅଣ୍ଟା ଭିଡିଛି ଓଡିଶା । ପୂର୍ବ ସଂସ୍କରଣ ଅପେକ୍ଷା ଆହୁରି ବଡ ଏବଂ ଉନ୍ନତ ହେବା ନିଶ୍ଚିତ କରିବାକୁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏହା ଛାଡ଼ ରାଉରକେଲା, କଟକ ଓ ଭୁବନେଶ୍ୱରରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଶ୍ବକପର 20 ଟି ମ୍ୟାଚ ରାଉଲକେଲାରେ ଖେଳାଯିବ ।

ପ୍ରଥମ ମ୍ୟାଚ ଆସନ୍ତା ଜାନୁୟାରୀ 13 ତାରିଖରେ ଭାରତ ଓ ସ୍ପେନ ମଧ୍ୟରେ ଅନୁଷ୍ଠିତ ହେବ । ଏହାପୂର୍ବରୁ ଆସନ୍ତା 24 ତାରିଖରୁ ତିନୋଟି ଅଭ୍ୟାସ ମ୍ୟାଚ ଖେଳାଯିବ । ଏହି ଅଭ୍ୟାସ ମ୍ୟାଚ ସମୟରେ ଯଦି କିଛି ତ୍ରୁଟିଥିବା ନେଇ ଜଣାପଡେ ତେବେ ଭିତ୍ତିଭୂମିକୁ ଦୃଢ଼ କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ।ବିଶ୍ୱକପକୁ ଏକ ଉଲ୍ଲେଖନୀୟ ହୋଷ୍ଟ ଭାବରେ ନୁହେଁ ବରଂ ରାଜ୍ୟର କଳା, ସଂସ୍କୃତି ଏବଂ ଐତିହ୍ୟକୁ ପ୍ରଦର୍ଶନ କରିବାର ସୁଯୋଗ ଭାବରେ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।