ଭୁବନେଶ୍ୱର: ହକି ତାରକା ବିରେନ୍ଦ୍ର ଲାକ୍ରାଙ୍କ ବନ୍ଧୁ ଆନନ୍ଦ ଟପୋଙ୍କ ମୃତ୍ୟକୁ ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଆନନ୍ଦଙ୍କ ବାପା ଓ ମା’ । ଲୋହିଆ ଏକାଡେମିରେ ପ୍ରେସମିଟ କରି ଆନନ୍ଦଙ୍କ ବାପା କହିଛନ୍ତି, ଏକ ଗ୍ରୁପ କରି ତାଙ୍କ ପୁଅଙ୍କୁ ହତ୍ୟା କରାଯାଇଛି । ଏହା ପଛରେ ବିରେନ୍ଦ୍ର ଲାକ୍ରା ଓ ମନଜିତ ଟେଟେ ସାମିଲ ଥିବା ସେ ସନ୍ଦେହ କରୁଛନ୍ତି । କାରଣ ଯେଉଁ ଘରେ ତାଙ୍କ ପୁଅର ମୃତ୍ୟ ହୋଇଛି । ସେ ଘର ଆନନ୍ଦ ଭଡାରେ ନେଇଥିଲେ । ପରେ ୨୦୨୧ ଜୁଲାଇରୁ ବିରେନ୍ଦ୍ର ସେଠାରେ ରହୁଥିଲେ । ଅର୍ଥାତ ବିରେନ୍ଦ୍ର ବିବାହ କରିବି ସେଠାରେ ରହି ଆସୁଥିଲେ ।
ମୃତ ଆନନ୍ଦଙ୍କ ବାପା ଓ ମା ଗଣମାଧ୍ୟମକୁ କହିଥିଲେ, ତାଙ୍କ ପୁଅ ସଂପୂର୍ଣ୍ଣ ସୁସ୍ଥ ଥିଲେ । ଫେବୃଆରୀ ୧୬ରେ ସେ ବିବାହ କରିଥିଲେ । କିନ୍ତୁ ହଠାତ୍ ୨୮ ତାରିଖରେ ଭୁବନେଶ୍ୱରରେ ତାଙ୍କ ପୁଅର ମୃତଦେହ ମିଳିଥିଲା । ଆଉ ଭୁବନେଶ୍ୱରରେ ପହଞ୍ଚିବା ପରେ ବୀରେନ୍ଦ୍ର ସେମାନଙ୍କୁ ଘଟଣାସ୍ଥଳକୁ ନ ନେଇ ସିଧା ଥାନାକୁ ନେଇଯାଇଥିଲେ । ମୃତ୍ୟୁଦିନ ଏହି ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ । ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ଏକ ଫ୍ଲାଟରେ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ଆଉ ଏହି ଏହି ଫ୍ଲାଟ ଥିଲା ବୀରେନ୍ଦ୍ର ଲାକ୍ରାଙ୍କର । ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ବନ୍ଧୁ ଥିଲେ । ଅଭିଯୋଗ ହେଉଛି ଜଣେ ଯୁବତୀଙ୍କୁ ଉଭୟ ଭଲପାଉଥିଲେ ଏବଂ ସେହି କାରଣରୁ ଏଭଳି ଘଟଣା ଘଟିଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ କହିବା କଥା, ପୁଲିସ ଜାଣିଶୁଣି ତଦନ୍ତ ଠିକ ଭାବରେ ତଦନ୍ତ କରୁନାହିଁ । ବୀରେନ୍ଦ୍ର ଜଣେ ଡିଏସପି ହୋଇଥିବାରୁ ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି । ତେଣୁ ଘଟଣାର ସିବିଆଇ ତଦନ୍ତ ପାଇଁ ଆନନ୍ଦଙ୍କ ପରିବାର ଲୋକେ ଦାବି କରିଛନ୍ତି ।