କଲ୍ୟାଣସିଂହପୁର / ସନ୍ତୋଷ କୁମାର ଲମତା : ଶିକ୍ଷକଙ୍କୁ ଧକ୍କା ଦେଲା ଅଜଣା ବୋଲେର । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ବୁଡ଼ାଗୁଡା ସେବାଶ୍ରମ ନିକଟରେ ଶିକ୍ଷକଙ୍କୁ ଏକ ଅଜଣା ବୋଲେର ଧକ୍କା ଦେଇଛି । ପରେ ଗାଡି ଟି ଫେରାର ହୋଇଥିବା କୁହାଯାଉଛି । ଶିକ୍ଷକ ଗୁରୁତର ହୋଇଥିବାରୁ ବ୍ରହ୍ମପୁର ବଡ଼ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ଶିକ୍ଷକ ଅମିତ କୁମାର ପ୍ରଧାନ( ୫୪) ବିଦ୍ୟାଳୟ ରୁ ଘରକୁ ଯାଉଥିବା ବେଳେ ସାମ୍ନା ପାର୍ଶ୍ୱରୁ ଏକ ଅଜଣା ବୋଲେର ବୁଡ଼ାଗୁଡା ବୁଲାଣି ରାସ୍ତା ନିକଟରେ ଧକ୍କା ମାରି ଫେରାର ହୋଇଯାଇଛି । ଗୁରୁତର ଅବସ୍ଥାରେ ଶିକ୍ଷକ ଜଣକ ରାସ୍ତାରେ ପଡ଼ିରହି ଥିବା ଦେଖି ଉକ୍ତ ରାସ୍ତାଦେଇ ଆସୁଥିବା ଭାମ୍ୟମାଣ ଗାଡ଼ିରେ ଗୁରୁତ୍ଵର ଶିକ୍ଷକଙ୍କୁ ଉଦ୍ଧାର କରି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଶିକ୍ଷକଙ୍କ ଆବସ୍ଥା ଗୁରୁତ୍ତର ରହିଥିବା ଯୋଗୁଁ ବ୍ରହ୍ମପୁର ଏମ କେ ସି ଜି ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଉକ୍ତ ଶିକ୍ଷକଙ୍କ ଘର ଗୁଣୁପୁର ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ଘଟଣା ସ୍ଥଳରେ ଥାନା ଅଧିକାରୀଣି ସୁମନ୍ତି ମହାନ୍ତି ,ଏସ ଆଇ ସଞ୍ଜୟ କୁମାର ମୁର୍ମୁ ପହଞ୍ଚି ଗୁରୁତ୍ୱ ଶିକ୍ଷକଙ୍କୁ ବ୍ରହ୍ମପୁର ମେଡିକାଲ ପଠାଇବା ବ୍ୟବସ୍ଥା କରିଛନ୍ତି ।