ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ପୁଣି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ ଖୋଲିଛି। ସମୁଦାୟ ୪ଟି ଗେଟ ଦେଇ ବର୍ଷା ଜଳ ନିଷ୍କାସନ ହେଉଛି। ସେଥିମଧ୍ୟରେ ବାମପାର୍ଶ୍ଵର ୩ ଓ ଦକ୍ଷିଣ ପାର୍ଶ୍ୱର ୧ଟି ମିଶି ମୋଟ୍ ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି । ଅପରପକ୍ଷରେ ଅଧିକ ପରିମାଣର ବନ୍ୟାଜଳ ପ୍ରବେଶ ଯୋଗୁ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ଅପରାହ୍ନ ସାଢ଼େ ୩ଟାର ସୂଚନା ଅନୁସାରେ ୬୧୦. ୪୭ ଫୁଟରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରହାରି ୧ ଲକ୍ଷ ୪୦ ହାଜର ୫୧୦ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ମୋଟ୍ ୯୯ ହଜାର ୧୯୦ ଘନଫୁଟ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଛି । ସେଥିରୁ ମହାନଦୀକୁ ପ୍ରତି ସେକେଣ୍ଡରେ ହାରାହାରି ୫୯ ହଜାର ୬୦୮ ଘନଫୁଟ, ଶକ୍ତି ଉତ୍ପାଦନ ପାଇଁ ପାଓ୍ବାର ଚ୍ୟାନେଲରେ ୩୪,୫୫୪ ଘନଫୁଟ, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ ଏବଂ ଜଳସେଚନ ପାଇଁ ବରଗଡ଼ କେନାଲରେ ୩୨୦୪, ଶାସନ କେନାଲରେ ୫୦୨ ଓ ସମ୍ବଲପୁର କେନାଲରେ ୮୮ ଘନଫୁଟ ଜଳ ମିଶି ମୋଟ୍ ୩୭୯୪ ଘନଫୁଟ ଜଳ ନିଷ୍କାସନ କରାଯାଉଛି।