(ଗଞ୍ଜାମ/ରଜନୀକାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୂତନ ଗୃହକୁ ଉଦଘାଟନ କରାଯାଇଛି । ଆମ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଆଭାସି ମାଧ୍ୟମରେ ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଛନ୍ତି । ପୁଲିସ ଲୋକଙ୍କ ଅଧିକ ନିକଟତର ହେବା ସହ ଜନସାଧାରଣଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।
ସୂଚନାନୁଯାୟୀ , ଜନସାଧାରଣଙ୍କୁ ହାତପାହାନ୍ତାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦ୍ଦେଶ୍ୟରେ ଏହାକୁ ଶୁଭ ଉଦଘାଟନ କରାଯାଇଛି ବୋଲି ଅତିଥି ଭାବେ ଯୋଗ ଦେଇଥିବା ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସମେତ ଆସିକା sdpo ସଞ୍ଜୟ ମହାପାତ୍ର,ହିଂଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠିଙ୍କ ସମେତ ଆଖ ପାଖର ଥାନା ଅଧିକାରୀ,ସହ ସ୍ଥାନୀୟ ପ୍ରଶାସନ ଓ ବହୁ ବୁଦ୍ଧିଜୀବି ଉପସ୍ଥିତ ଥିଲେ। ନୂତନ ଭାବେ ଥାନା ରୂପାନ୍ତରଣ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଖୁସି ପ୍ରକାଶ ହୋଇଛନ୍ତି ।