ଭୁବନେଶ୍ୱର: ମଞ୍ଚେଶ୍ୱେର ଫାଣ୍ଡି ଛକରେ ଟ୍ରକ୍ ଦୁର୍ଘଟଣା। ୫୦ଫୁଟ୍ ହାଇମାକ୍ସ ଲାଇଟ୍ ପୋଲ୍ କୁ ପିଟିଲା ଟ୍ରକ୍। ଟ୍ରକ୍ ଧକ୍କାରେ ଉପୁଡ଼ିଲା ପଡ଼ିଲା ଲାଇଟ୍ ପୋଲ୍। ଅଳ୍ପକେ ବର୍ତ୍ତିଲା ଶତାଧିକ ଲୋକଙ୍କ ଜୀବନ। ସ୍ଥାନୀୟ ମଞ୍ଚେଶ୍ୱର୍ ପୁରୁଣା ଥାନା ନିକଟରେ ଥିବା ହାଇମାକ୍ସ ଲାଇଟ୍ ପୋଲ୍ କୁ OR19A1561 ଥିବା ଏକ ଟ୍ରକ୍ ଦୃତ ଗତିରେ ଆସି ହାଇମାକ୍ସ ଲାଇଟ୍ ପୋଲ୍ କୁ ଜୋରଦାର ଧକ୍କା ଦେଇଥିଲା। ଫଳରେ ପୋଲଟି ଉପୁଡ଼ି ଯାଇଥିଲା। ଲାଇଟ୍ ପୋଲଟି ତଳେ ପଡ଼ିବା ପୂର୍ବରୁ ସେହି ବାଟ ଦେଇ ଯାଉଥିବା ଶହ ଶହ ଲୋକେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଥିଲେ।ପରେ ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣା ସ୍ଥଳେ ପହଞ୍ଚି କ୍ରେନ୍ ସାହାଯ୍ୟରେ ଲାଇଟ୍ ପୋଲ୍ କୁ ରାସ୍ତାରୁ କାଢିବା ସହ ଟ୍ରକ୍ ଜବତ୍ କରିଛି ଏବଂ ଡ୍ରାଇଭରକୁ ଥାନାକୁ ନେଇ ପଚରାଉଚରା ଚଳାଇଛି।