ସମୁଦ୍ର ରେ ଉଠିବ ବଡ଼ ଜୁଆର, ସଚେତନ କରାଇଲା ମତ୍ସ୍ୟ ବିଭାଗ

ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ: ପାରାଦୀପ ଉପକୂଳ ବଙ୍ଗୋପ ସାଗର ରେ ଉଠିବ ବଡ଼ ବଡ଼ ଜୁଆର ।  ଯାହାକୁ ନେଇ ଆଜି ସଚେତନ କରାଇଛି ଓଡ଼ିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ । ସାଗର ମିତ୍ର ଙ୍କ ଦ୍ବାରା ଡ଼ାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯାଇ ପାରାଦୀପ ର ମାଛଧରା ବନ୍ଦର ଓ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଚଳିତ ମେ ମାସ ୫ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବାର ସମ୍ଭାବନା ରହିଛି । ଯାହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ରୁ ଏନେଇ ରାଜ୍ୟ ସରକାର ଙ୍କ ପକ୍ଷରୁ ସତର୍କ ସୁଚନା ଜନହିତରେ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ମତ୍ସ୍ୟଜୀବି ମାନେ ସେମାନଙ୍କ ବୋଟ୍ ଓ ଡଙ୍ଗୀ ସବୁ କୁଳକୁ ଆଣିବା ସହିତ ସମୁଦ୍ର ମଧ୍ୟକୁ ନଯିବାକୁ ମଧ୍ୟ ବାରଣ କରାଯାଇଛି।